ବିୟୁରୋ ରିପୋର୍ଟ
ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗ ଅଧିନରେ ଥିବା ସୁବୁଦ୍ଧିପାଟଣା ଛକ ଠାରୁ ଚୋରା ଦେଶୀ ମଦ ଜବତ କରାଯାଇଥିବାର ସୂଚନା ମିଳିଛି। ଆଜି ବାଲୁଗାଁ ଅବକାରୀ ବିଭାଗର ଅଧିକାରୀ ମାନେ ଚଢ଼ାଉ କରି ମନୋଜ ଶବର (20)ଠାରୁ 90 ଲିଟର ଓ ବଳଭଦ୍ର ଶବର ଠାରୁ 40 ଲିଟର ଦେଶୀ ମଦ ସହିତ ଏକ ହିରୋହୁଣ୍ଡା ଡିଲକ୍ସ ବାଇକ୍ ଜବତ କରିଛନ୍ତି,ସେହିପରି ବାଲୁଗାଁ ବଡକୁଳ ବଜାର ରେ ଚଢ଼ାଉ କରି କୃଷ୍ଣମୋହନ ସାହୁ (50)ଙ୍କୁ ଗିରଫ କରିବା ସହ ତାଙ୍କଠାରୁ 25 ଲିଟର ଦେଶୀ ମଦ ଜବତ କରିଛି,ତିନିଜଣ ଅଭିଯୁକ୍ତକୁ ଗିରଫ କରିବା ପରେ ତାଙ୍କ ବିରୁଦ୍ଧରେ ତିନୋଟି ମାମଲା ରୁଜୁ କରି ପି ଆର୍ ନଂ- 81/23/24 )-82/23-24 ଓ 83/23-24 ରେ କୋର୍ଟ ଚାଲାଣ କରିଥିବାର ସୂଚନା ମିଳିଛି l



More Stories
Prof. Dr. Sanatan Behera caught taking bribe in vigilance net
Interstate Arms License Racket Busted by Rourkela Police.
ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା,ଦୁଇ ମୃତ, ଜଣେ ଗୁରୁତର, ଦୁଇ ଆହତ l