ବିୟୁରୋ ରିପୋର୍ଟ
ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗ ଅଧିନରେ ଥିବା ସୁବୁଦ୍ଧିପାଟଣା ଛକ ଠାରୁ ଚୋରା ଦେଶୀ ମଦ ଜବତ କରାଯାଇଥିବାର ସୂଚନା ମିଳିଛି। ଆଜି ବାଲୁଗାଁ ଅବକାରୀ ବିଭାଗର ଅଧିକାରୀ ମାନେ ଚଢ଼ାଉ କରି ମନୋଜ ଶବର (20)ଠାରୁ 90 ଲିଟର ଓ ବଳଭଦ୍ର ଶବର ଠାରୁ 40 ଲିଟର ଦେଶୀ ମଦ ସହିତ ଏକ ହିରୋହୁଣ୍ଡା ଡିଲକ୍ସ ବାଇକ୍ ଜବତ କରିଛନ୍ତି,ସେହିପରି ବାଲୁଗାଁ ବଡକୁଳ ବଜାର ରେ ଚଢ଼ାଉ କରି କୃଷ୍ଣମୋହନ ସାହୁ (50)ଙ୍କୁ ଗିରଫ କରିବା ସହ ତାଙ୍କଠାରୁ 25 ଲିଟର ଦେଶୀ ମଦ ଜବତ କରିଛି,ତିନିଜଣ ଅଭିଯୁକ୍ତକୁ ଗିରଫ କରିବା ପରେ ତାଙ୍କ ବିରୁଦ୍ଧରେ ତିନୋଟି ମାମଲା ରୁଜୁ କରି ପି ଆର୍ ନଂ- 81/23/24 )-82/23-24 ଓ 83/23-24 ରେ କୋର୍ଟ ଚାଲାଣ କରିଥିବାର ସୂଚନା ମିଳିଛି l

More Stories
ଚନ୍ଦ୍ରଗିରି ବେଙ୍ଗଲୀ ମହିଳା ଙ୍କ ଆତ୍ମହତ୍ୟା ର ସୁରାଖ ନାହିଁ ! କାଶୀପୁର ପୋଲିସ ର ତଦନ୍ତ ଜାରି। ପ୍ରାୟଜିତ ନା ଷଡଯନ୍ତ୍ର ?
ବୋଲଗଡ଼ ଥାନା ପକ୍ଷରୁ ୧୪ବାଇକି ଜବତ ସହ ୨ଜଣ ଗିରଫ ।
ରାଇବନ୍ଧ ଗ୍ରାମ ପୋଖରୀ ପାଖରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ।