ବୌଦ୍ଧ ,,10/8/23,( ଚିତ୍ତରଞ୍ଜନ ସିଂହ )
ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତରଭା ବ୍ଲକ ଅଧିନସ୍ଥ ପାଣିମୁରା ଗ୍ରାମରେ ଥିବା ବାଇଓ ଫୁଏଲ କାରଖାନାରୁ ସ୍କ୍ରାପ ମେଟେରିଏଲ ଚୋରି କରୁଥିବା ମାମଲାରେ ତରଭା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ହେଲା ତରଭା ବ୍ଲକ ଅନ୍ତର୍ଗତ ଶିବତୁଲା ଗ୍ରାମ ପଞ୍ଚାୟତ ର ଘାଟକଇନ୍ତରା ଗ୍ରାମର ବନମାଳି ମହାନନ୍ଦ(୪୦) ବୋଲି ଜଣାପଡିଛି । ତରଭା ପୁଲିସ ସୁତ୍ରରୁ ପ୍ରକାଶ ଯେ ବନମାଳୀ ମହାନନ୍ଦ ଶିବତୁଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଘାଟକଇଁନ୍ତରା ଗ୍ରାମର ମୂଳ ନିବାସୀ ହୋଇଥିବା ବେଳେ ସେ ଜଣେ ଡ୍ରାଇଭର ଅଟେ । ସେ ମାଲ ପରିବହନ ଟାଟା ଏସି ଗାଡିରେ ପାଣିମୁରା ସ୍ଥିତ ବାଇଓ ଫୁଏଲ କାରଖାନା କୁ ବଲାଙ୍ଗିର ରୁ ପ୍ରାୟ ଅଧିକାଂଶ ଦିନ ଅମ୍ଳଜାନ ଗ୍ଯାସ ସିଲିଣ୍ଡର ଆଣି ଦେଉଥିଲା । ଗତ ମଙ୍ଗଳବାର ଦିନ ମଧ୍ୟ ସେ ମାଲ ପରିବହନ ଗାଡ଼ି ଟାଟା ଏସି ନ. ଓଡି-୦୩-ୟୁ ୫୦୧୧ ଯୋଗେ ବଲାଙ୍ଗିର ରୁ ଅମ୍ଳଯାନ ଗ୍ୟାସ ସିଲିଣ୍ଡର ଆଣି ବାଇଓ ଫୁଏଲ ଭିତରକୁ ଯାଇ ସିଲିଣ୍ଡର ଡେଲିଭରି କରିଥିଲା । ଭିତରୁ ଫେରୁଥିବା ବେଳେ ଗେଟ୍ ରେ କାର୍ଯ୍ୟରତ ସିକୁରିଟି ମାନେ ଗାଡ଼ି କୁ ଯାଞ୍ଚ କରି ବାରୁ ଗାଡ଼ି ରେ ସ୍କ୍ରାପ ମେଟେରିଏଲ (ଛୋଟ ଛୋଟ ଲୁହା ଖଣ୍ଡ )ମାନ ଥିବାର ଦେଖି ମ୍ୟାନେଜର କୁ ଖବର ଦେଇଥିଲେ । ମ୍ୟାନେଜର ଆସି ଦେଖିବା ପରେ ବନମାଳୀ ଗାଡ଼ିରେ ସ୍କ୍ରାପ ଚୋରି କରୁଥିବା ପୁଲିସ ଠାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହିତ ବନମାଳୀ କୁ ଗିରଫ କରିଥିଲା । ଗାଡ଼ିରେ ସ୍କ୍ରାପ ମେଟେରିଏଲ ପ୍ରାୟ ୭୦ କିଲୋ ଥିବା ପୁଲିସ ପ୍ରକାଶ କରିଛି । ଏ ନେଇ ତରଭା ଥାନା ରେ ୧୫୮/୨୩ ରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବନମାଳୀ କୁ କୋର୍ଟ ଚାଲାଣ କରିଥିବା ଓ ଏହାର ତଦନ୍ତ ଦାୟିତ୍ୱ ରେ ଏ ଏସ ଆଇ ନିମାଇଁ ଚରଣ ବାରିକ ଥିବା ଓ ଆଇ ସି ଅନିତା କିଡୋ ସୂଚନା ଦେଇଛନ୍ତି l


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.