ଚିଲିକା (ଆମ ଓଡ଼ିଶା ଖବର )ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ଭୋଟରଙ୍କୁ ମନାଇବା ପାଇଁ ପ୍ରାର୍ଥୀ ଙ୍କ ପାଇଁ ସେତିକି ଜୋରଦାର ହେଉଛି । ଦଳୀୟ ପ୍ରାର୍ଥୀ ମାନେ ଯେପରି ଢ଼ଙ୍ଗରେ ନିଜର ପ୍ରଚାର କରି ନିଜ ସପକ୍ଷରେ ଭୋଟରଙ୍କୁ ମନାଉଛନ୍ତି ଠିକ୍ ସେହିପରି,ଜନତା ଦରବାର ପାର୍ଟି,ମଧ୍ୟ ଦିନରାତି ଏକ କରି ଗାଁ ଗାଁ ବୁଲି ଲୋକଙ୍କ ପାଖକୁ ଜାଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି ।
ଚିଲିକା ନିର୍ବାଚନ ମଣ୍ଡଳୀରେ ଜନତା ଦରବାର ପାର୍ଟିର ପ୍ରାର୍ଥୀ ହୋଇଛନ୍ତି ସେକ କୌସର, ନିଜର ସହକର୍ମୀ ଏବଂ ସମର୍ଥକ ମାନଙ୍କୁ ନେଇ ଭୋଟର ଙ୍କ ନିକଟରେ ପହଞ୍ଚି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଚିଲିକା ଜନତା ଦୀର୍ଘ ଦିନ ଧରି ଦଳୀୟ ପ୍ରାର୍ଥୀ ଙ୍କୁ ଭୋଟ ଦେଇ ଆସୁଥିଲେ ! କିନ୍ତୁ ଏଥର ସେକ କୌସର ଜନତା ଦରବାର ପାର୍ଟିର ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ଏଥର ବିଧାନସଭା ଭୋଟ ଦେବା ପାଇଁ ମତବ୍ୟକ୍ତ କରୁଛନ୍ତି । ଘର ଘର ବୁଲି କ୍ୟାମ୍ପେନିଂ କରୁଛନ୍ତି ସେକ କୌସର, ଭୋଟରଙ୍କୁ ମନାଇବା ପରେ ଜନତାଙ୍କ ସମର୍ଥନ ମଧ୍ୟ ମିଳୁଛି । ଆଉ ଦିନ କେଇଟା ପରେ ଚିଲିକା ବାସୀ ତାଙ୍କର ଜନ ନାୟକ ଚୟନ କରିବେ l
More Stories
Dr. B. Bipin Bihari Mishra was awarded the Odisha Seva Ratna award.
ବେଗୁନିଆ ତହସିଲଦାର ଅଫିସରେ ଭିଜିଲାନ୍ସ ଚଢ଼ାଉ, ଧରାହେଲା ମହିଳା ଡାଟାଏଣ୍ଟ୍ରି ଅପରେଟର।
ମହିଳାଙ୍କୁ କାର୍ କିଣି ଦେବେ ଓଡ଼ିଶା ସରକାର।