ଚିଲିକା (ଆମ ଓଡ଼ିଶା ଖବର )ଆଜି ତା 20/5/2024 ରିଖ ରେ ଆମ୍ ଆଦମୀ ପାର୍ଟି ତରଫରୁ ଚିଲିକା ବିଧାୟକ ପାର୍ଥି ସଂଗ୍ରାମ କେଶରୀ ପରିଡ଼ା ଙ୍କ ପାଇଁ ଏକ ରୋଡ଼ ସୋ ଆୟୋଜନ ହୋଇଥିଲା। ଏଥିରେ ରାଜ୍ୟ ସଭାପତି ନୀଶିକାନ୍ତ ମହାପାତ୍ର ଯୋଗ ଦେଇ ବିଭିନ୍ନ ସ୍ଥାନରେ ଜନସାଧାରଣ ଙ୍କୁ ଉଦବୋଧନ କରି ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର, ମହିଳା ସମ୍ମାନ ରାଶି, ବେକାରୀ ଭତ୍ତା, ପାଣି, ଫ୍ରୀ ବିଜୁଳୀ ଓ ସ୍ଵଚ୍ଛ ଶାସନ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ଦିଲ୍ଲୀ ଓ ପଞ୍ଜାବ ବାସୀ କିପରି ଏହାର ଲାଭ ପାଉଛନ୍ତି ତାହା ବର୍ଣ୍ଣନା କରିଥିଲେ।
ପାର୍ଥି ସଂଗ୍ରାମ କେଶରୀ କିପରି ଚିଲିକା ଆଞ୍ଚଳ ଦିର୍ଘଦିନ ହେଲା ଅବହେଳିତ ଓ ସେ ଜିତିଲେ କିପରି ଏଠିକା ଆଞ୍ଚଳର ଉନ୍ନତି କରିବେ ତାର ରୋଡ଼ ମ୍ୟାପ୍ ଜନସାଧାରଣ ଆଗରେ ତାଙ୍କ ଉଦବୋଧନ ମାଧ୍ୟମରେ ରଖିଥିଲେ। ଏହି ଶୋଭାଯାତ୍ରାରଟି ବଡକୁଳ ଠାରୁ ବାହାରି ବାଲୁଗାଁ, ବାଣପୁର, ଆୟତ୍ତପୁରୁ, ଗମ୍ଭାରୀମୁଣ୍ଡା ହୋଇ ନାଚୁଣୀ ଠାରେ ସରିଥିଲା। ଏଥିରେ ଶତାଧିକ ଲୋକେ ଯୋଗ ଦେଇଥିଲେ।


More Stories
ବ୍ରହ୍ମାକୁମାରୀ ଅନୁଷ୍ଠାନରେ ବାର୍ଷିକ ଉତ୍ସବ ପାଳନ।
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।
କୁଖ୍ୟାତ ଡକାୟତ ନିରଞ୍ଜନ ସ୍ୱାଇଁକୁ ଧରିଲା ଧଉଳି ପୋଲିସ।