୨୦୦୦ମସିହା ମାଟ୍ରିକ ବ୍ୟାଚର ଛାତ୍ର ଛାତ୍ରୀ ନିଆରା ଢଙ୍ଗରେ ପାଳିଲେ ରଜପର୍ବ।

ଚିଲିକା :ଖୋର୍ଦ୍ଧା ଜିଲ୍ଲା ସୋରଣ ଚଳିତ ବର୍ଷ ରଜକୁ ସମସ୍ତେ ପିଠାପଣା ଓ ଭୋଜି ଭାତ କରି ସାଙ୍ଗ ସାଥୀ ମେଳରେ ଖୁସି  ମନାଉ ଥିବା ବେଳେ। ଖୋରଧା ଜିଲ୍ଲା ଚିଲିକା ବ୍ଲକ୍ ସୋରଣ ସ୍ଥିତ ଭଗବତୀ ବିଦ୍ୟାପୀଠର ୨୦୦୦ ମସିହା  ମାଟ୍ରିକ ବ୍ୟାଚର ଛାତ୍ର ଛାତ୍ରୀ ନିଆରା ଢଙ୍ଗରେ ପାଳିଲେ ରଜପର୍ବ। ନିଜ ପ୍ରିୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରି ପୁଷ୍ପ ଗୁଛ ଓ ଉପ ଧଉକନ୍ ପ୍ରଦାନ କରିବା ସହ ଗୁରୁ ପୂଜନ ଉତ୍ସବ ପାଳନ କରିଥିଲେ ।


ଚିଲିକା ବ୍ଲକ୍ ବିରିବାଡି ସ୍ଥିତ ମା ରତ୍ନମାଳୀଙ୍କ ପୀଠରେ  ଗୁରୁ ପୂଜନ ଉତ୍ସବ ପାଳନ ପାଳିତ ହୋଇଯାଇଛି। ପୂରାତନ ଛାତ୍ର  ଅଂଚଳ କେଶ୍ୱର ଛୁଆଳସିଂହଙ୍କ ସଭାପିତ୍ବରେ ଆୟୋଜିତ ସଭାରେ ୨୦୦୦ମସିହା ମାଟ୍ରିକ ବ୍ୟାଚର ଛାତ୍ର ଛାତ୍ରୀ ସେତେେବେଳର ନିଜ ପ୍ରିୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରି ପୁଷ୍ପ ଗୁଛ ଓ ଉପ ଧଉକନ୍ ପ୍ରଦାନ କରିବା ସହ ଗୁରୁ ପୂଜନ ଉତ୍ସବ ପାଳନ କରିଥିଲେ । ଏହା ସହ ବିଦ୍ୟାଳୟ ର ଅନେକ ସ୍ମୃତିକୁ ସ୍ମରଣ କରିବା ସହ ପିଲା ଦିନର ଅନେକ କଥା ଓ ବ୍ୟଥା କୁ ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ କରିଥିଲେ। ସେତେବେଳର ପ୍ରଧାନ ଶିକ୍ଷକ ପବିତ୍ର ସ୍ୱାଇଁ, ସମେତ ବିଜୟ ସାର୍, ମହାକୁଡ ସାର୍, ରଘୁନାଥ ସାର୍, ଗୌରାଙ୍ଗ ସାର୍, ଭିକାରୀ ସାର୍ ଉପସ୍ଥିତ ରହି ପିଲାମାନଙ୍କ ଉତ୍ସାହ ଓ ସ୍ନେହ ଶ୍ରଦ୍ଧାରେ  ଭାବ ବିହୋଳ ହୋଇଯାଇଥିଲା । ଉକ୍ତ ବନ୍ଧୁ ମିଳନ ଉତ୍ସବରେ ଛାତ୍ର ଛାତ୍ରୀ ମାନଂକ ସହ ସେମାନଙ୍କ ପରିବାରବର୍ଗ ସାମିଲ ହୋଇଥିଲେ ।

ଉକ୍ତ ଉତ୍ସବରେ ଦିଲ୍ଲୀପ ସାହୁ, ପ୍ରଦୀପ ପ୍ରଧାନ, ମନୋଜ ଚମ୍ପତି, ବିଶ୍ୱଜିତ୍ ସାହୁ , ସୁବାସ ସାହୁ, ସୁନିଲ ପାତ୍ର, ଶିବ ପ୍ରସାଦ ପାତ୍ର, ଦୀପକ ପାଇକରାୟ ଗଦାଧର ଛୁଆଳସିଂହ, ଯୁଧିଷ୍ଠର ପ୍ରଧାନ, କୈଳାସ ବେହେରା, ଦୀପକ ପାଇକରାୟ, କୃଷ୍ଠ ଚନ୍ଦ୍ର ପାଇକରାୟ,  ରଞ୍ଜିତା ଦଳାଇ, ବନିତା ପ୍ରଧାନ, ଯୋତ୍ନ୍ନ ମୟୀ ଚମ୍ପତି, ନମିତା ପାତ୍ର ସମେତ ସମସ୍ତ ପୂରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଆଗମୀ ଦିନରେ ଏହି ପରମ୍ପରାକୁ ବଜାଇ ରଖିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲା।

error: Content is protected !!