ଓଡ଼ିଆର୍ଟ ରଜ ଉତ୍ସବ ୨୦୨୩ର ରଜର ରାଜ କୁମାରୀ ହେଲେ ଜୁନାଲି ସୁର ହୋଇଥିବା ବେଳେ ରଜର ରାଣୀ ମମିତା ନରେନ୍ଦ୍ର ସିଂ ବର୍ମା

ବାଲୁଗାଁ :ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ… ଆସିଛି ରାଜଲୋ ହେବା ଆମେ ସଜବାଜ l ଗାଁ ଗହଳିରୁ ପୁରପଲ୍ଲୀ ଓ ସହର ସବୁଠି ରଜରେ ଉତ୍ସାହ ଉଦିପନା ଦେଖିବାକୁ ମିଳେ, ଖାସ କରି ରଜରେ ଝିଅମାନେ ବେସ ସାଜସଜା ହୋଇ ବିଭିନ୍ନ ପିଠା ପଣାଖାଇବା ସହିତ ନାଚଗୀତ ରେ ମସୁଗଲ ରହିଥାନ୍ତି ଏବଂ ଦୋଳିରେ ମଜା ଉଠାଇ ରଜଗିତ ଗାଇବା ସାହିତ ମିଠା ପାନ ମଧ୍ୟ୍ୟ ଖୁସିରେ ଖାଇଥାନ୍ତି l ଓଡ଼ିଶାର ଏହି ଗଣପର୍ବ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି l

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟରେ ଥିବା ବଡକୁଳ ଓଡ଼ିଆର୍ଟ  ରେ ବଡ ଧୂମଧାମ ରେ ପାଳିତ ହେଉଛି ରଜ ଉତ୍ସବ l ଏହି ଉତ୍ସବ ରେ ଆଖ ପାଖ ଅଞ୍ଚଳରୁ ଆରମ୍ଭ କରି ପର୍ଯ୍ୟଟକ ପର୍ଯ୍ୟନ୍ତ ଏହି ଉତ୍ସବ ରେ ସାମିଲ ହୋଇ ଉପଭୋଗ କରିଥାନ୍ତି l
ବାଲୁଗାଁ ଓଡ଼ି ଆର୍ଟ ପରିସରରେ ତିନିଦିନ ଧରି ଆୟୋଜିତ ହୋଇଥିବା ଚଳିତ ବର୍ଷ ରଜ ଉତ୍ସବ ୨୦୨୩ର ରଜର ରାଜ କୁମାରୀ ହେଲେ ଜୁନାଲି ସୁର ହୋଇଥିବା ବେଳେ ରଜର ରାଣୀ ମମିତା ନରେନ୍ଦ୍ର ସିଂ ବର୍ମା ହୋଇଛନ୍ତି।

error: Content is protected !!