ରିପୋର୍ଟ ପ୍ରଦିପ ସେଠିଆ
ଧର୍ମଗଡ଼: (ଆମ ଓଡ଼ିଶା ଖବର)ଧର୍ମଗତ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବୀ ନେଇ ଗଣଧାରଣା ଦଶମ ଦିନରେ ଆଜି କୋଶଳ ମାଳି ସମାଜ ସଂଘ ପକ୍ଷରୁ ସମର୍ଥନ କରାଯାଇଛି। ଜିଲ୍ଲା ଦାବି ରେ ଏହି ଗଣଧାରଣା ପଟେଲ ସମାଜ ପକ୍ଷରୁ ମସ୍ତ ରାମ ପଟେଲ ଘନଶ୍ୟାମ ପଟେଲ ଚିନ୍ତା ମଣି ପଟେଲ ପବିତ୍ର ପଟେଲ ଗୁଣନିଧି ପଟେଲ ଶରତ କୁମାର ପଟେଲ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ଜିଲ୍ଲା ଗଠନ ଦାବି କୁ ଯୋରଦାର କରିବା ପାଇଁ ମତ ପ୍ରକାଶ ପ୍ରଦାନ କରିଥିଲେ।

କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଆଇନଜୀବି ତୁଷାର ରଞ୍ଜନ ପାଟଯୋଷୀ ସଭା ପରିଚାଳନା କରିଥିବା ବେଳେ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ଦିଗାମ୍ବର ଦୁରୀଆ ସନ୍ତୋଷ ପାଢ଼ୀ ଲକ୍ଷ୍ମୀ କାନ୍ତ ବାଗ ଡାକେଶ୍ଵର ଲହଜଲ ରତନ ନାଏକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ ଯେ ଧର୍ମଗଡ଼ କୁ ଜିଲ୍ଲା ଜିଲ୍ଲା ମାନ୍ୟତା ପ୍ରଦାନ ଦାବୀ ରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଳିଥିବା ଗଣଧାରଣା ଆଜି ଦଶମ ଦିନ ରେ ପହଞ୍ଚଛି। ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହେଇଥିବା ଗଣଧାରଣା ରେ ପ୍ରତ୍ୟେକ ଦିନ ବିଭିନ୍ନ ସଂଗଠନ ର କାର୍ଯ୍ୟ କର୍ତ୍ତା ଧାରଣା ରେ ଯୋଗ ଦେଇ ଧର୍ମଗତ ଜିଲ୍ଲା ଗଠନ ଦାବି କୁ ସମର୍ଥନ ଯାଉଛନ୍ତି।


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ