ଧର୍ମଗଡ଼ (ଆମ ଓଡ଼ିଶା ଖବର )ଧର୍ମଗଡ଼ ବ୍ଲକ୍ ପର୍ଲା କ୍ରୀଡା ସଂଘ ଆନୁକୂଲ୍ୟରେ ଆୟୋଜିତ ସର୍ଵ ଭାରତୀୟ ଫୁଟବଲ ପ୍ରତିଯୋଗିତା ଫାଇନାଲ ଖେଳ ରାୟଗଡ଼ା ଓ ଜଗଦଲପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ଼ା ଦଳ ୪/୨ଗୋଲ ରେ ଜଗଦଲପୁର କୁ ହରାଇ ଚାମ୍ପିଅନ ହୋଇଥିଲା । ଦୁଇ ଦଳ ମଧ୍ୟରେ ଏକ ଚିତ୍ତାକର୍ଷକ ଖେଳଦେଖିବାକୁ ମିଳିଥିଲା ।

ଖେଳର ପ୍ରଥମାର୍ଦ୍ଧ ଓ ଦିତ୍ୱୀୟାର୍ଦ୍ଧ୍ ରେ ଉଭୟ ଦଳ ସମାନ ସ୍ଥିତିରେ ରହିଥିବା ବେଳେ ପେନାଲ୍ଟି ସୁଟ ଆଉଟ୍ ରେ ରାୟଗଡ଼ା ଦଳ ୪/୨ ଗୋଲ ରେ ଜଗଦଲପୁର କୁ ପରାଜିତ କରିଥିଲା । ଖେଲ ଦେଖିବାକୁ ଅଞ୍ଚଳର ହଜାର ହଜାର ଫୁଟବଲ ପ୍ରେମୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଶଧୀ ବାଗ, ଜୁନାଗଡ଼ ଏନ୍ ଏ ସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, କୋଡ଼ିଙ୍ଗା ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ପଞ୍ଚାନନ ଦୁରି ଆ ପ୍ରମୁଖ ଯୋଗ ଦେଇଥିଲେ । ଖେଳର ରେଫରି ଭାବେ ଜଗନ୍ନାଥ ମାଝୀ ଖେଲ ପରିଚାଳନା କରିଥିବା ବେଳେ ତାପସ କୁମାର ଦାସ ଓ ସଞ୍ଜୀବ ଦୁର୍ଗା ଲାଇନ୍ ରେ ସହଯୋଗ କରିଥିଲେ ।


More Stories
ଦିବ୍ୟଦର୍ଷି ଦିବାକର” ସାରସ୍ଵତ ସାଧକ ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ୯୬ତମ ଜନ୍ମୋତ୍ସବ ପାଳନ l
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।