କଳାହାଣ୍ଡି(ଆମ ଓଡ଼ିଶା ଖବର ) ଧର୍ମଗଡ଼ ବ୍ଲକ୍ ବେହେରା ଗ୍ରାମ ଠାରେ ଚାଲିଥିବା ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ଷଷ୍ଠ ଦିନରେ ପହଂଚିଛି । ସାତ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ରେ ପ୍ରବଳ ଜନସମାଗମ ହେଉଥିବା ଦେଖିବାକୁ ମିଳିଛି । ମୁକ୍ତାକାଶ ରଙ୍ଗମଞ୍ଚରେ ଧନୁଯାତ୍ରା କଳାକାର ଙ୍କ ଅଭିନୟ ,ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅଞ୍ଚଳର କଳାକାର ମାନଙ୍କ ଦ୍ବାରା ବିଭିନ୍ନ ନାଚ ଗୀତରେ ଦୁଲୁକି ପଡୁଛି ମଞ୍ଚ । ରଙ୍ଗୀନ ଆଲୋକ ମାଳାରେ ମହାରାଜ କଂସ ଙ୍କ ରଙ୍ଗମଞ୍ଚ ଓ ଯାତ୍ରା ପଡିଆ ଝଲସି ଉଠୁଥିବା ବେଳେ ମିନାବଜାର ଓ ସେଲଫି ପଏଣ୍ଟ ଦର୍ଶକ ଙ୍କୁ ବେଶ୍ ଆକର୍ଷଣ କରୁଛି ।

ପ୍ରତ୍ୟେକ ଦିନ ବିଭିନ୍ନ ରାଜନୈତିକ ଦଳର ନେତା, ଜନ ପ୍ରତିନିଧି କଂସ ଦରବାରରେ ରାଜକୀୟ ଅତିଥିଭାବେ ଯୋଗ ଦେଉଥିବା ବେଳେ ଗତକାଲି ଧର୍ମଗଡ଼ ପ୍ରଶାସନିକ ଅଧିକାର ବୃନ୍ଦ ଯୋଗ ଦେଇଥିଲେ ।ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଡ଼ିଓ ହିମାଞ୍ଚଳ ମାଝୀ,ମୁଖ୍ୟ ବକ୍ତା ପରମେଶ୍ବର ମୁଣ୍ଡ ଅଧ୍ୟକ୍ଷ ସାଂଧ୍ୟ ମହାବିଦ୍ୟାଳୟ ଭବାନୀପାଟଣା,

ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ତହସିଲଦାର୍ ସଞ୍ଜୟ କୁମାର ସାମନ୍ତ ରାୟ,ବିଦ୍ୟୁତ୍ ବିଭାଗ ଉପଖଣ୍ଡ ଅଧିକାରୀ ଗୁପ୍ତା ତ୍ରିପାଠୀ , କୋକସରା ଥାନା ଅଧିକାରୀଣି ରନିତା ରାନି ପ୍ରଧାନ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ବିଭାଗ କୁସୁମଖୁଣ୍ଟି ପ୍ରଣୟ ପ୍ରଧାନ, ଏସ୍ ଓ ମୁଖିଗୁଡ଼ା ସନ୍ଥ ନାଏକ ପ୍ରମୁଖ କଂସ ଦରବାରରେ ରାଜକୀୟ ଅତିଥିଭାବେ ଯୋଗଦେଇଥିଲେ । ତେବେ ଏହାର ସୁଯୋଗ ନେଇ ମହାରାଜ କଂସ ଅଞ୍ଚଳ ର ବିଭିନ୍ନ ସମସ୍ୟା କୁ ଯଥାଶୀଘ୍ର ସମାଧାନ କରିବାକୁ ଅଧିକାରୀ ମାନଙ୍କୁ ଆଦେଶ ଦେଇଥିଲେ ।

ତେବେ ଷଷ୍ଠ ରଜନୀର ବିଶେଷ ଆକର୍ଷଣ ପାଲଟି ଥିଲେ ପଶ୍ଚିମ ଓଡ଼ିଶା ର ସୁନାମଧନ୍ୟ ଗାୟିକା ଅର୍ଚ୍ଚନା ପାଢ଼ୀ । ମଞ୍ଚରେ ସମ୍ବଳପୁରି ଗୀତ ଓ ନୃତ୍ୟ ରେ ଦର୍ଶକ ଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ । ଏପରିକି ଗାୟିକା ଅର୍ଚ୍ଚନା ପାଢ଼ୀ ଙ୍କୁ ପାଖରେ ଦେଖିବା ଓ ସେଲ୍ଫୀ ନେବା ପାଇଁ ଦର୍ଶକ ଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଥିବା ଦେଖିବାକୁ ମିଳିଥିଲା। ମଞ୍ଚ ସମ୍ମୁଖରେ ଦର୍ଶକ ଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ପ୍ରବଳ ଭିଡ , ଠେଲା ପେଲା ଲାଗି ରହିଥିଲେ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା । ଯାହାକୁ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଶେଷ ରାତ୍ରୀରେ ପ୍ରବଳ ଜନସମାଗମ ହେବା ନେଇ ଅଧିକ ପୋଲିସ ଫୋର୍ସ ମୁତୟନ କରିବାକୁ ମହାରାଜ କଂସ କୋକସରା ଥାନା ଅଧିକାରୀଙ୍କୁ ଆଦେଶ ଦେଇଥିଲେ ।

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l