ରିପୋର୍ଟ :ରାକେଶ ମହାରଣା
ଖଲ୍ଲିକୋଟ, (ଆମ ଓଡିଶା ଖବର): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପଥରା ସ୍ଥିତ ହରିହର ଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ମହୋତ୍ସବ ସୁରଭି ୨୦୨୪ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ପଥରା କ୍ଲଷ୍ଟର ସିଆରସିସି ଶ୍ରୀ ପ୍ରକାଶ ସେଠିଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ପଥରା ସରପଞ୍ଚ ଶ୍ରୀମତୀ ପିଙ୍କି ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।ସୁରଭି ହେଉଛି ଏକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପାନ୍ତ ଅଞ୍ଚଳର ପ୍ରତିଭା ରାଜ୍ୟସ୍ତରରେ ପ୍ରଦର୍ଶିତ ହୋଇପାରିବ।ଏହି ସୁରଭି କାର୍ଯ୍ୟକ୍ରମ ରେ ପଥରା କ୍ଲଷ୍ଟର ର 14 ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ର, କୁଇଜ୍, ପ୍ରବନ୍ଧ, ଲେଖନୀ, ତର୍କ, ବକ୍ତୃତା, ସଂଗିତ ଏବଂ ନୃତ୍ୟ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ପଥରା କ୍ଲଷ୍ଟର ର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଓ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ | ଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ କାର୍ଯ୍ୟକ୍ରମକୁ ସମାପ୍ତ କରା ଯାଇଥିଲା।


More Stories
ବ୍ରହ୍ମପୁରରେ ଉଦଘାଟିତ ହେଲାତୃତୀୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
ତୃତୀୟ ଅନ୍ତର୍ଜାତୀୟ ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫ ।
ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଏଡସ ଦିବସ ପାଳିତ ।