ରିପୋର୍ଟ – ରାକେଶ ମହାରଣା
ବେଗୁନିଆପଡା :- (ଆମ ଓଡିଶା ଖବର) ପରିବେଶକୁ ସରସ ସୁନ୍ଦର ଏଵଂ ସଫା ରଖିବା ପାଈଁ ବେଗୁନିଆପଡା ବ୍ଲକରେ ସ୍ୱଚ୍ଛତା ହିଁ ସେବା ଦିବସ ଗୁରୁବାର ସକାଳ 9 ଘଣ୍ଟ ସମୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବେଗୁନିଆପଡା ବ୍ଲକ ପାନୀୟଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ମମତା ପଣ୍ଡାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ଯୋଗଦେଇ ସ୍ୱଚ୍ଛତା ହିଁ ଜୀବନ, ସ୍ୱଚ୍ଛ ରହିଲେ ନିଜେ ନିରୋଗ ହେବା ସହ ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହେବେ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ । ବ୍ଲକ ପରିସରରେ ସଫା କରିଥିଲେ । ଏଥିରେ କନିଷ୍ଠ ଯନ୍ତ୍ରୀ, ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏ ଡି ଇ ଓ , ବ୍ଲକ କର୍ମଚାରୀ ଓ ପାନୀୟ ଜଳ ଓ ପରିମଳ ବିଭାଗ କର୍ମଚାରୀ କାର୍ଯ୍ୟକ୍ରମ ରେ ଭାଗ ନେଇ ପରିବେଶ ଉପଯୋଗୀ ବାର୍ତ୍ତା ଦେଇଛନ୍ତି | ପ୍ରତ୍ୟେକ ନାଗରିକ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଉଚିତ । ସ୍ୱଚ୍ଛତା ପ୍ରତି ସଚେତନ ରହିବା ପାଇଁ ଶପଥ ନେଇଥିଲେ । ସଫାଇ ମିତ୍ର ମାନଙ୍କୁ ସୁରକ୍ଷା କିଟ ପ୍ରଦାନ କରାଯାଇଥିଲା । କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସଞ୍ଜୟ କୁମାର ସାହୁ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।
ବ୍ଲକ ରେ ପାଳିତ ହେଲା ସ୍ୱଚ୍ଛତା ହିଁ ସେବା ଦିବସ l

More Stories
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବଦଳିବ।
ଏନ୍.ସି.ସିର ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ।
ମା ଠାକୁରାଣୀ ବୁଡ଼ ଯାତ୍ରା ଉପଲକ୍ଷେ କନିଆରୀବାଡ଼ି ଗ୍ରାମରେ ରାମାୟଣ ନାଟକ ମଞ୍ଚସ୍ଥ