ସହଯୋଗର ହାତ ବଢ଼ାଇଲେ ସରପଞ୍ଚ ପ୍ରତିନିଧି l
ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା, (ଆମ ଓଡିଶା ଖବର):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ଖାଦାଳ ସାହିରେ ଗତକାଲି ବିଳମ୍ଭିତ ରାତିରେ ଜଣଙ୍କ ଘରର ମାଟି କାନ୍ଥ ଦବିଯିବ ଯୋଗୁଁ ଏକ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛନ୍ତି ପରିବାର ଲୋକେ | ସୂଚନା ପ୍ରକାରେ ଉକ୍ତ ସାହିର ରଘୁନାଥ ଦାଶ ଗତକାଲି ରାତିରେ ଶୋଇଥିବା ସମୟରେ ବିଳମ୍ବିତ ରାତିରେ ନିଜ ଘର ର ମାଟି କାନ୍ଥ ଦବିଯାଇ କିଛି ଅଂଶ ତଳେ ପଡିଥିଲା | ସୌଭାଗ୍ୟ ବଶତଃ ଘରେ ଶୋଇଥିବା ଝିଅ, କୁନି ଛୁଆ ଙ୍କ ସମେତ ନିଜେ ରଘୁନାଥ ଏକ ନିଶ୍ଚିତ ବିପଦରୁ ରକ୍ଷା ପାଇଯାଇଥିଲେ | ରଘୁନାଥ ଦାଶ ନିଜେ ଜଣେ ପାରଲିସିସ ରୋଗୀ ଏଵଂ ତାଙ୍କ ସ୍ତ୍ରୀ ଧନୀ ଦାଶ ପର ର ମୂଲ ଲାଗି ଘର ଚଳାଉଛନ୍ତି | ଏହି ପରିସ୍ଥିତିରେ ଦୁଇ ଝିଅ କୁ ବାହା ଦେଇ ସେ ସର୍ବସ୍ୱାନ୍ତ ହେଇଯାଇଛନ୍ତି | ଘର କହିଲେ ମାଟି କାନ୍ଥର ଦୁଇ ବଖରା | ଘର ଚଳିବା ପାଇଁ ରାସନ କାର୍ଡ ଛଡା ଅନ୍ୟ କୌଣସି ସରକାରୀ ସହାୟତା ନାହିଁ | ତେଣୁ ନିଜ ବାସସ୍ଥାନ ର ଏହି ଅବସ୍ଥା ଦେଖି ପରିବାର ରହିବା ପାଇଁ ଏବେ ରାହା ଖୋଜୁଛନ୍ତି | ଖବର ପାଇ ଅଙ୍ଗାରଗାଁ ସରପଞ୍ଚ ପ୍ରତିନିଧି ପୁର୍ଣ ଚନ୍ଦ୍ର ସେଠି ଙ୍କ ସମେତ ଗ୍ରାମର କିଛି ଯୁବ ସମାଜସେବୀ ତାଙ୍କ ଘରକୁ ଯାଇ ବୁଲି ଦେଖିବା ସହିତ ସେମାନଙ୍କ ରହିବା ନିମନ୍ତେ ଏକ ଭଡା ଘର ବ୍ୟବସ୍ଥା କରିବା ସହିତ ମାସିକ ଘର ଭଡା ବାବଦକୁ ଅର୍ଥ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି | ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ ପ୍ରଶଂସା କରାଯାଇଛି | ଘଟଣାକୁ ନେଇ ଆମେ ତହସିଲଦାରଙ୍କ ସହ ଯୋଗାଯୋଗ କରିବାରେ ସେ ତୁରନ୍ତ ରାଜସ୍ବ ନିରୀକ୍ଷକ ଜସ୍ମିନ ବିଶ୍ୱାଳଙ୍କୁ ଘଟଣା ସ୍ଥଳକୁ ପଠାଇ ଅନୁଧ୍ୟାନ କରି ଫେରିଛନ୍ତି | ଏ ନେଇ ସରପଞ୍ଚ ପ୍ରତିନିଧି ଶ୍ରୀ ସେଠି ସ୍ଥାନୀୟ ବିଧାୟକ ଶ୍ରୀ ପ୍ରତାପ ନାୟକଙ୍କୁ ମଧ୍ୟ ଅବଗତ କରାଇଥିବା ଜାଣିବାକୁ ମିଳିଛି | ବିଧାୟକ ଶ୍ରୀ ନାୟକ ଏହି ଘରକୁ କିପରି ସରକାରୀ ସ୍ତରରେ ସାହାଯ୍ୟ କରାଯାଇପାରିବ ସେ ନେଇ ମଧ୍ୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି ଜଣାଇଛନ୍ତି | ତେବେ ରଘୁନାଥଙ୍କୁ କେଵେ ମିଳିବ ସରକାରୀ ସାହାଯ୍ୟ ତାକୁ ନେଇ ଏବେ ଅଞ୍ଚଳବାସୀ ଙ୍କ ଅପେକ୍ଷା |
More Stories
ଆସିକା ବିଜ୍ଞାନ ମହାବିଦ୍ୟାଳୟ ରେ ସ୍କାଉଟ କାର୍ଯ୍ୟକ୍ରମ l
ଅଙ୍ଗାରଗାଁ ପଞ୍ଚାୟତରେ ସ୍ୱଛତା ଉପରେ ଗୁରୁତ୍ୱ
ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତଃର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳନ l