କୋଦଳା, (ଦେବାଶିଷ ମହାରଣା):ସାଇପ୍ରଭା ଗୁରୁକୁଳ ସାତନଳରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମେଳାରେ ମୁଖ୍ୟଅତିଥି ଭାବରେ ଗଞ୍ଜାମ ଭାରତୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଜେନା, ମୁଖ୍ୟବକ୍ତା ଭାବରେ ମଠସରଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସେଠି ଏବଂ ସମ୍ନାନିତ ଅତିଥି ଭାବେ ଶାଳବଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କୃଷ୍ଣ ଚନ୍ଦ୍ର ପାତ୍ର ଆସନ ଗ୍ରହଣ କରିଥିଲେ। ଏହି ମେଳାରେ ମୋଟ ୪୨ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବରିଷ୍ଠ ବର୍ଗରେ ସୁଶ୍ରୀ ଆନମିଶା ସେଠି ଏବଂ ସହ କନିଷ୍ଠ ବର୍ଗରେ କାଜଲ କୌସିକ ପ୍ରଥମ ଶ୍ରେଣୀ ଲାଭ କରିଥିଲେ। ଗୁରୁମା ସ୍ୱପ୍ନା ସାହୁ, ସୋନାଲି ନାୟକ,ରୋଜାଲିନ ମହାରଣା,ଜ୍ୟୋତି ପାଢ଼ୀ, ପ୍ରିୟ ଦର୍ଶିନୀ ପଲେଇ,ସନ୍ତୋଷ ଶତପଥି ପ୍ରମୁଖ ସହଯୋଗ କରିଥିଲେ |
ସାଇପ୍ରଭା ଗୁରୁକୁଳରେ ବିଜ୍ଞାନ ମେଳା ଅନୁଷ୍ଠିତ l

More Stories
ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅନ୍ତର୍ଗତ ନକଲି ଡାକ୍ତରଙ୍କ କଳା କରନାମା।
ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍କା। ପେଟଗୁଡା ଜଙ୍ଗଲରୁ ଧରାହେଲା, ମାଓବାଦୀ ହିଡ୍ମା କୁଞ୍ଜମ୍।
ସ୍ତ୍ରୀ ର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ l