କୋଦଳା, (ଦେବାଶିଷ ମହାରଣା):ସାଇପ୍ରଭା ଗୁରୁକୁଳ ସାତନଳରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମେଳାରେ ମୁଖ୍ୟଅତିଥି ଭାବରେ ଗଞ୍ଜାମ ଭାରତୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଜେନା, ମୁଖ୍ୟବକ୍ତା ଭାବରେ ମଠସରଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସେଠି ଏବଂ ସମ୍ନାନିତ ଅତିଥି ଭାବେ ଶାଳବଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କୃଷ୍ଣ ଚନ୍ଦ୍ର ପାତ୍ର ଆସନ ଗ୍ରହଣ କରିଥିଲେ। ଏହି ମେଳାରେ ମୋଟ ୪୨ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବରିଷ୍ଠ ବର୍ଗରେ ସୁଶ୍ରୀ ଆନମିଶା ସେଠି ଏବଂ ସହ କନିଷ୍ଠ ବର୍ଗରେ କାଜଲ କୌସିକ ପ୍ରଥମ ଶ୍ରେଣୀ ଲାଭ କରିଥିଲେ। ଗୁରୁମା ସ୍ୱପ୍ନା ସାହୁ, ସୋନାଲି ନାୟକ,ରୋଜାଲିନ ମହାରଣା,ଜ୍ୟୋତି ପାଢ଼ୀ, ପ୍ରିୟ ଦର୍ଶିନୀ ପଲେଇ,ସନ୍ତୋଷ ଶତପଥି ପ୍ରମୁଖ ସହଯୋଗ କରିଥିଲେ |
ସାଇପ୍ରଭା ଗୁରୁକୁଳରେ ବିଜ୍ଞାନ ମେଳା ଅନୁଷ୍ଠିତ l


More Stories
୭୦ ବର୍ଷ ରେ ସାଲେପାଲି ରାମଲୀଳା ନାଟକ l
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ
ମାଙ୍କ ମହିଁସା ମର୍ଦିନୀ ବେଶରେ ଦର୍ଶନ ପରେ, ନବରାତ୍ର ମହୋତ୍ସବ ଉଦଯାପିତ।