ରିପୋର୍ଟର :ରଞ୍ଜନ କୁମାର ରାଉତ ନିପ୍ର
ଆସିକା(ଆମ ଓଡ଼ିଶା ଖବର ) ଗଂଜାମ ଭାବନ୍ଧ ଗ୍ରାମପଞ୍ଚାୟତ ଶିଖରପୁର ଗ୍ରାମର ସୂଚନା ଅନୁଯାୟୀ, ବେଲଗାଁ ଥାନା ଅନ୍ତର୍ଗତ ଶିଖରପୁର ଗ୍ରାମର ପ୍ରଶାନ୍ତ କୁମାର ନାହାକ ଆଜି ସକାଳ ପ୍ରାୟ ୧୦:୦୦ ଘଣ୍ଟ ସମୟରେ ନିଜ ଘର ଠାରୁ କେଉଁ ଆଡେ ଚାଲିଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରି ନିରାଶ ହେବା ପରେ କିଛି ଗ୍ରାମ ବାସି ଙ୍କ ଦ୍ଵାରା ପୋଖରୀ ରେ ମୃତ ଶରୀର ଭାସୁଥିବା ଖବରପାଇଲେ।
ସ୍ଥାନୀୟ ଜନସାଧାରଣ ପୁରୁଷୋତ୍ତମ ପୁର
ଅଗ୍ନିଶମ କାର୍ୟ୍ୟାଳୟକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବନ୍ଧରେ ଭାସୁଥିବା ମୃତ ଶରୀର କୁ ବନ୍ଧ ହୁଡା ଉପରକୁ ଆଣିଥିଲେ ।ତେବେ ବନ୍ଧ ଭିତରୁ ଉଧାର କରିଥିବା ପରେ ଗ୍ରାମ ଯୁବକ ମାନେ ଜାଣିପାଥିଲେ ପ୍ରଶାନ୍ତ କୁମାର ନାହାକ ମୃତଦେହ । ତୁରନ୍ତ ତାକୁ ମାଁ ଙ୍କୁ ଖବର ଦେଈଥିଲେ। ଘଟଣା ସ୍ଥଳେ ବେଲଗାଁ ଥାନା A S i ପ୍ରବିଣ ମଣ୍ଡଳ ତଦନ୍ତ କରି କେସ ନମ୍ବର ୪/୨୪ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା।ସବ ବ୍ୟବଛେଦ ପାଇଁ ସ୍ୱର୍ଗ ରଥ ଗାଡ଼ି ରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନିଆଗଲା।


More Stories
ଜନତା ନୋଡାଲ ହାଇସ୍କୁଲରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଏବଂ ବିଜ୍ଞାନ ମେଳା ଅନୁଷ୍ଠିତ l
ଘର ଆଗରେ ଜଳିଗଲା ସ୍କୁଟି,ଥାନାରେ ଏତଲା l
ବ୍ରହ୍ମପୁରରେ ଉଦଘାଟିତ ହେଲାତୃତୀୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା