ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା, (ଆମ ଓଡିଶା ଖବର):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି | ବେଗୁନିଆପଡା ବ୍ଲକ ଶିକ୍ଷାଧିକାରୀ ରୁଦ୍ର ନାରାୟଣ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ବିଜ୍ଞାନ ମେଳା କୁ କବିସୂର୍ଯ୍ୟନଗର ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ନାୟକ ଯୋଗଦେଇ ଉଦଘାଟନ କରିଥିବା ବେଳେ ପ୍ରତ୍ୟକ୍ଷ ଭାବେ ବିଜ୍ଞାନ ମେଳାର ପ୍ରତ୍ୟେକ ପ୍ରକଳ୍ପକୁ ବୁଲି ଦେଖିବା ସହିତ ଆଗାମୀ ଦିନରେ କିପରି ଛାତ୍ରଛାତ୍ରୀଙ୍କ ଏ କ୍ଷେତ୍ରରେ ଆଗକୁ ଯାଇ ପାରିବେ ସେ ନେଇ ନିଜର ମତ ରଖିଥିଲେ | ଏହି ମେଳାରେ 146 ଟି ବିଦ୍ୟାଳୟରୁ ପ୍ରାୟ 600 ରୁ ଉର୍ଦ୍ଧ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ | ତନ୍ମମଧ୍ୟରୁ ଚାରି ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ |ବିଚାରକ ଭାବେ ହୃଷିକେଶ ପ୍ରହରାଜ, ରାଜେଶ କୁମାର ପ୍ରଧାନ,ଶ୍ରୀନିବାସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମରେ ଏବିଇଓ ଜୟଦେବ ଜେନା, ଖଣ୍ଡିଆନଈ ସରପଞ୍ଚ ପଙ୍କଜ ସେଠି,ସମାଜସେବୀ ବିଜୟ ଦୋରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ |


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?