ରିପୋର୍ଟର :ନାରାୟଣ ଡାକୁଆ
ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବରାଡି ଠାରେ ଥିବା ବିଦ୍ୟୁତ୍ କାର୍ଯ୍ୟଳୟ ସମ୍ମୁଖରେ ବାଇକ୍ ଦୁର୍ଘଟଣା l ଦୁର୍ଘଟଣାରେ ଦୁଇଜଣ ବାଇକ ଆରୋହୀ ଆହତ । ଆହତ ମାନେ ହେଲେ ଗେଞ୍ଜା ଗ୍ରାମର ଗାଣ୍ଡୁ ପାତ୍ର ଓ ସୋରଡା ର ପ୍ରଭାକର ନାୟକ । ସୂଚନା ମୁତାବକ ଗାଣ୍ଡୁ ପାତ୍ର ବାଇକ୍ ଯୋଗେ ନିଜ ଗ୍ରାମରୁ ସୋରଡ଼ା ଅଭିମୁଖେ ଯାତ୍ରା କରୁଥିବା ବେଳେ ହଠାତ୍ ପ୍ରଭାକର ବାଇକ୍ ସମ୍ମୁଖକୁ ଆସିଯାଇଥିଲେ । ଯାହାଫଳରେ ଏହି ଦୁର୍ଘଟଣାଟି ଘଟିଥିଲା। ପ୍ରଭାକର ଅତ୍ୟଧିକ ମଦ୍ୟ ପାନ କରିଥିବା ଯୋଗୁଁ ନିଜର ଭାରସାମ୍ୟ ହରାଇ ବାଇକ ସମ୍ମୁଖ କୁ ଆସିଥିବା ଯୋଗୁଁ ଏହି ଘଟଣାଟି ଘଟିଥିବାର ସୂଚନା ଅଛି । ଖବର ପାଇ ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଅଟୋ ଯୋଗେ ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବା ସହ ସେମାନଙ୍କୁ ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ଙ୍କ ଦ୍ଵାରା ପ୍ରାଥମିକ ଚିକିତ୍ସା କରାଯାଇଛି ।
More Stories
ନୂଆଗଡ ଗ୍ରାମ୍ୟ କମିଟି ସଭାପତି ଗୁରୁବାରି ବିଶ୍ଵାଳଙ୍କ ଦେହାନ୍ତ
ନୂଆଗଡ ଗ୍ରାମ୍ୟ କମିଟି ସଭାପତି ଗୁରୁବାରି ବିଶ୍ଵାଳଙ୍କ ଦେହାନ୍ତ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ ପାଳିତ