ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା, (ଆମ ଓଡିଶା ଖବର):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସାର ଗ୍ରାମ ସ୍ଥିତ ପୁରୁଣା ମଠର ମହନ୍ତ ଗୋବିନ୍ଦ ଚରଣ ଦାସ ମହାରାଜ ଙ୍କ ଶନିବାର ଦେହାନ୍ତ ହୋଇ ଯାଇଛି | ସେ କିଛି ଦିନ ହେବ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଇ ଗତି କରୁଥିଲେ | ଦୀର୍ଘ 27 ବର୍ଷ ଧରି ଉକ୍ତ ମଠର ମହନ୍ତ ଦାୟିତ୍ୱରେ ଥିଲେ | ତେବେ ଅସୁସ୍ଥତା କାରଣରୁ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇ ଥିଲା | ତେବେ ମହନ୍ତ ଙ୍କ ଦେହାନ୍ତରେ ଉକ୍ତ ଗ୍ରାମର ସମାଜସେବୀ ବୁଲା ଜେନା, ପବିତ୍ର ସାମନ୍ତରାୟ, ଲଡ଼ୁ ସାହୁ, ମାଧବ ରାଉତ,ଜିତୁ ମହାରଣା, ଲୁଲୁ ମହାରଣା,ସୁରେଶ ଭୂୟାଁ ଙ୍କ ସମେତ ଗ୍ରାମବାସୀ ଗଭିର ଦୁଃଖ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଥିଲେ |


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?