ବେଗୁନିଆପଡା, (ରାକେଶ ମହାରଣା)
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କୁମାରୀପାରି ଠାରେ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ପକ୍ଷରୁ ସ୍ବର୍ଗତ ଦେବରାଜ ଭୁୟାଁଙ୍କ ଦ୍ୱାଦଶ ଦିବସ ପାଳନ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୋଦଳା ପୂର୍ବତନ ନଗରପାଳ ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ହରପ୍ରସାଦ ସାହୁଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସ୍ମୃତିଚାରଣ ସଭାରେ ଯୋଗଦେଇ ସ୍ବର୍ଗତ ଭୁୟାଁଙ୍କ ଜୀବନୀ ଉପରେ ଆଲୋକପାତ କରିଛନ୍ତି ଶ୍ରୀ ସାହୁ। ସେ ଜଣେ ଏକାଧାରରେ ସମାଜସେବୀ ସହ ରାଜନୈତିକ କ୍ଷେତ୍ରରେ ଉତ୍ତମ ପାରଦର୍ଶିତା ଲାଭ କରିବା ସହ ସେ ଓଡ଼୍ର ଖଣ୍ଡାୟତ କାଳଞ୍ଜି ସମାଜରେ କେନ୍ଦ୍ରୀୟ ସଭାପତି ଭାବେ କାର୍ଯ୍ୟଭାର ତୁଲାଇଛନ୍ତି। ସ୍ବର୍ଗତ ଭୂୟାଁଙ୍କ ଅନୁପସ୍ଥିତି ଉକ୍ତ ସମାଜରେ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ବିଜେଡି ନେତା ।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l