ବେଗୁନିଆପଡା, (ରାକେଶ ମହାରଣା)
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ.ଛଚିନା ସ୍ଥିତ କସ୍ତୁରବା ଆବାସିକ ବାଳିକା ବିଦ୍ୟାଳୟ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ସ୍ୱାସ୍ଥ୍ୟ ଶିବିରରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁ ଯୋଗ ଦେଇ ବିଦ୍ୟାଳୟ ର ସମସ୍ତ ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ବୁଝିଥିଲେ | ଆବଶ୍ୟକ ସ୍ଥଳେ ଛାତ୍ରୀ ମାନଙ୍କୁ ଔଷଧ ପ୍ରଦାନ କରିଥିଲେ | ଏହି ଶିବିରରେ ଡ଼ଃ.ବନଜା ପଟ୍ଟନାୟକ, ଡ଼ଃ.ଅନିତା ସ୍ୱାଇଁଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀ ଶ୍ରଦ୍ଧାଞ୍ଜଳି ଭୋଳ, କାଁହୁ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ |


More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |