ରିପୋର୍ଟ :ରଞ୍ଜନ କୁମାର ରାଉତ
ଆସିକା (ଆମ ଓଡ଼ିଶା ଖବର ) ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଆସିକା ବିଧାୟକ ଶ୍ରୀଯୁକ୍ତ ସରୋଜ କୁମାର ପାଢ଼ୀଙ୍କ ଦ୍ବାରା ମହାବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହର ଭିତ୍ତି ପ୍ରସ୍ଥର ସ୍ଥାପନ ହୋଇଯାଇଛି। ତତ୍ ସହିତ ଯୁବ ରେଡକ୍ରସ, ଏନ୍.ସି.ସି, ଏନ.ଏସ୍.ଏସ୍ ଏବଂ ଭାରତ ସ୍କାଉଟ୍ ଏବଂ ଗାଇଡ୍ସର ମିଳିତ ଆନୁକୂଲ୍ୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଯୁବ ସଂସ୍କାର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଯାଇଛି। ଆସିକା ବିଧାୟକ ମୁଖ୍ୟ ଅତିଥି ଥିବା ବେଳେ ଚିନ୍ମୟ ମିଶନ, ବାରିପଦାର ସ୍ବାମୀ ଗୋବିନ୍ଦାନନ୍ଦ ମହାରାଜ ମୁଖ୍ୟ ବକ୍ତା ରୂପେ ଉପସ୍ଥିତ ଥିଲେ। ଆସିକା ବିଧାୟକଙ୍କୁ ଏନ୍.ସି.ସି କେଡେଟ୍ ତରଫରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ବିଧାୟକଙ୍କ ସ୍ବଳ୍ପ ରହଣିରେ ଅତିରିକ୍ତ ଶ୍ରେଣୀ ଗୃହ ଭିତଭୂମୀ ସ୍ଥାପନ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଥିଲା। ତତ୍ପଶ୍ଚାତ୍ ସ୍ବାମୀଜୀଙ୍କ ଦିବ୍ୟବାଣୀରେ ଯୁବ ସଂସ୍କାର ଯୋଜନା କାର୍ଯ୍ୟକ୍ରମକୁ ସଂପାଦିତ କରାଯାଇଥିଲା। ଯୁବ ରେଡକ୍ରସ୍ ଉପଦେଷ୍ଟା ଅଜିତ୍ କୁମାର ମୁନୀ ଅତିଥି ପରିଚ଼ୟ ପ୍ରଦାନ କରିଥିଲେ।ଡ. ସ୍ବାମୀଜୀଙ୍କୁ ସସମ୍ମାନେ ମଞ୍ଚାସୀନ କରାଯାଇଥିଲା। ଜନୈକ ଛାତ୍ରଙ୍କ ପୁଣ୍ୟ ଶ୍ଳୋକ ମଧ୍ୟରେ ମଞ୍ଚାସୀନ ଅତିଥିଙ୍କ ଦ୍ବାରା ଚତୁର୍ଦ୍ଧା ମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ପ୍ରଶାସନିକ ଅଧିକାରୀ ଡ. ଶଂକର ପ୍ରସାଦ ଅଧିକାରୀ, ସହ ପ୍ରଶାସନିକ ଅଧିକାରୀ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ଏନ୍.ଏସ୍.ଏସ୍ ଯୋଜନା ଅଧିକାରୀ ଚ଼ନ୍ଦନ ମାରାଣ୍ଡି ମଞ୍ଚାସୀନ ଥିଲେ। ଯୁବସଂସ୍କାର ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା – ଛାତ୍ରଛାତ୍ରୀଙ୍କ ଜୀବନର ଲକ୍ଷ୍ୟ ଓ ଏହାର ସୂତ୍ର। ସ୍ବାମୀଜୀ ଭାଗବତ ଗୀତା ଆଧାରରେ ଏବଂ ବିଭିନ୍ନ ଜ୍ଜ୍ବଳନ୍ତ ଉଦାହରଣ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ଜୀବନର ଲକ୍ଷ୍ୟକୁ ପ୍ରତିପାଦନ କରିଥିଲେ। ମନୁଷ୍ୟ ପାଖରେ ଥିବା ଜ୍ଞାନ ଶକ୍ତି, ଇଚ୍ଛାଶକ୍ତି ଏବଂ କ୍ରିୟା ଶକ୍ତିକୁ ଉଜ୍ଜୀବିତ କରି ସମସ୍ତ ସମସ୍ୟାକୁ ସମାଧାନ କରିବା ପାଇଁ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ। ଅଧିବେଶନ ଅନ୍ତରେ ଓଡ଼ିଶା ରାଜ୍ୟସରକାରଙ୍କ ସୁଭଦ୍ରା ଯୋଜନାର ଉପକାରିତା ପାଇଁ ଆୟୋଜିତ ହୋଇଥିବା ନିବନ୍ଧ ଏବଂ ତର୍କ-ବିତର୍କର କୃତି ଛାତ୍ରଛାତ୍ରୀଙ୍କୁ ସ୍ବାମୀଜୀଙ୍କ କରକମଳରେ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା କ୍ରମନ୍ବୟରେ ସକ୍ରିୟ ସହଯୋଗୀ ରୂପେ ଚାରିଗୋଟି ଶାଖାର ରେଡକ୍ରସ୍ ଉପଦେଷ୍ଟା ରାଜେଶ୍ କୁମାର ସାହୁ,ଏନ୍ଏସ୍ଏସ୍ ଯୋଜନା ଅଧିକାରୀ ପବିତ୍ର ଧଙ୍ଗଡାମାଝୀ, ଇ. ରେଶମା ପାତ୍ର, ମଞ୍ଚ ସାଜସଜ୍ଜାରେ ବରିଷ୍ଠ ପ୍ରାଧ୍ୟାପିକା ଡ. ସ୍ମିତାରାଣୀ ପଣ୍ଡା, ଅଧ୍ୟାପିକା ସେଇଲ୍ କୁମାରୀ ଝା, ରଶ୍ମୀପ୍ରିୟା କାଲୋ ଥିଲେ। ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ। ପରିଶେଷରେ ଡ. ଅଭୟକେଶରୀ ପରିଚ୍ଛା ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଧ୍ୟାତ୍ମିକ ଅଧିବେଶନରେ ପ୍ରାୟ ଦୁଇ ଶହରୁ ଊର୍ଦ୍ଧ ଛାତ୍ରଛାତ୍ରୀ ସ୍ବାମୀଜୀଙ୍କ ଦିବ୍ୟ ତଥା ଅମୃତ ବାଣୀରେ ମନ୍ତ୍ରମୁଗ୍ଧ ହୋଇଥିବାର ନଜିର ରହିଛି।
More Stories
ଅଙ୍ଗାରଗାଁ ପଞ୍ଚାୟତରେ ଭତ୍ତା ବଣ୍ଟନ l
ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ସଭା ଅନୁଷ୍ଠିତ
ପ୍ରାକ୍ତନ ସି ଅର୍ ସି ସି ଗଙ୍ଗାଧର ନାୟକଙ୍କ ବିଦାୟ ସମ୍ବର୍ଧନା ଉତ୍ସବ l