ରିପୋର୍ଟର :ରଞ୍ଜନ କୁମାର ରାଉତ
ଆସିକା:(ଆମ ଓଡ଼ିଶା ଖବର ) ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ପୁଟିଆପଦର ଗ୍ରାମପଞ୍ଚାୟତ ଅଧିନ ଦିଗାପଡା ଗ୍ରାମ ରେ ଦକ୍ଷିଣ ଓଡ଼ିଶା ର ବିଶ୍ଵକର୍ମା ସମାଜ ବଢ଼େଇ କୂଳ ସଭାପତି ସନ୍ତୋଷ ମହାରଣା ପୂର୍ବଖଣ୍ଡ ତାଲୁକା ର ସମ୍ପାଦକ ପ୍ରଦିପ କୁମାର ମହାରଣା, ତାରା ପ୍ରସାଦ ମହାରଣା କର୍ମକର୍ତ୍ତା ପୂର୍ଣ୍ଣଚନ୍ଦ୍ର ମହାରଣା, ରଘୁନାଥ ମହାରଣା, ରାମକୃଷ୍ଣ ମହାରଣା, ଅଶୋକ ମହାରଣା, ମଙ୍ଗଳୁ ମହାରଣା, ନାରାୟଣ ମହାରଣା,ଶରତ ମହାରଣା, ଅରକ୍ଷିତ ମହାରଣା,ତାଲୁକା ରାଜଶ୍ରୀ କୃଷ୍ଣ ଚନ୍ଦ୍ର ମହାରଣା ସମେତ ବହୁତ ମହାରଣା ଭାଇ ଓ ଵହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।ଦ୍ବାଦଶ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଓ ସନ୍ତୋଷ ଫୋଟୋ ଚିତ୍ର ପୁଷ୍ପାଞ୍ଜଳୀ ଦେଇଥିଲେ ଅମର ଆତ୍ମାର ସଦଗତି ମିଳୁ ସମସ୍ତେ ନିରବ ପ୍ରାର୍ଥନା କରିଥିଲେ। ତାଙ୍କ ପରିବାର କୁ ତାଲୁକା ର ସମସ୍ତ କର୍ମକର୍ତ୍ତା ଙ୍କ ତରଫରୁ କିଛି ଅର୍ଥ ରାଶି ୩୨୭୦୦ ଟଙ୍କା ପ୍ରଦାନ କରିଛନ୍ତି।କୂଳ ସମସ୍ତ କର୍ମକର୍ତ୍ତା ସାମୁହିକ ମିଳିତ ଜିଲ୍ଲା ପ୍ରଶାସନକୁ ଓ ସରକାରଙ୍କ ପାଖକୁ ଯାଇ ଲିଖିତ ଆକାରରେ ଦେଇ, ତାଙ୍କ ପରିବାର ସ୍ତ୍ରୀ ଓ ପୁଅ ସାହାଯ୍ୟ ଯୋଗାଇଦେବାକୁ ନିବେଦନ କରାଯାଇଛି। ସନ୍ତୋଷ ଗଂଜାମ ଜିଲ୍ଲା କୋଣ ଅନୁକୋଣରେ ଅଳ୍ପ ବୟସରେ ଭାଇଚାରାର ବନ୍ଧନରେ ସମସ୍ତ ସଦସ୍ୟ ବାନ୍ଧି ପକାଇଥିଲେ। କାଠ ଶିଳ୍ପୀ, ମୂର୍ତ୍ତି ଶିଳ୍ପୀ କାରୀଗରି ମନ୍ଦିର ନିର୍ମାଣ, ଚିତ୍ର ଶିଳ୍ପୀ, ନାମ ସଂର୍କୀତ୍ତନ ପ୍ରେମୀ ଓ ଅନେକ ମଠ ମନ୍ଦିର ଟଷ୍ଟ୍ରୀ ଓ ସଦସ୍ୟ ମଧ୍ୟ ରହିଥିଲେ। ଆଜି ଗଂଜାମ ଜିଲ୍ଲା ସମସ୍ତ କୁ ଲୁହ ଲୋତକ ଭରି ଦେଇ ଗଲେ। ତାଙ୍କ ଯୁବକ ଅଵସ୍ଥା ରେ ସୁନାମ ଧନ୍ୟ ଅର୍ଜନ କରି ବିଭିନ୍ନ ସ୍ଥାନରୁ ଉଚ୍ଚ ପ୍ରଶଂସା ସମ୍ମାନୀତ ହୋଇଛନ୍ତି। ତାଙ୍କ ପରିବାର ବନ୍ଧୁ ବାନ୍ଧବ ପ୍ରିୟ ପାତ୍ର ଥିଲେ। ପଦ୍ମ ଲୋଚନ ମହାରଣା ଦ୍ବାଦଶ ଦିବସ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ହାତ ବଢ଼ାଇ ଥିଲେ।
ହରି ନାମ ସଂର୍କୀତ୍ତନ ପ୍ରେମୀ ମାନେ ଯୋଗଦେଇଥିଲେ ହରି ନାମ ସଂର୍କୀତ୍ତନ ଗାନ୍ କରିଥିଲେ। ଶେଷରେ ପରିବାର ତରଫରୁ ପ୍ରସାଦ ସେବନ ଆୟୋଜନ କରାଯାଇଥିଲା। ଏକହଜାର ଉର୍ଦ୍ଧ୍ବ ଲୋକ ଯୋଗଦେଇଥିଲେ। ତାଙ୍କ ସ୍ତ୍ରୀ ସମସ୍ତ ଙ୍କ ଅତୁଳନୀୟ ଅବଦାନ ପାଇଁ ଚିରସ୍ମରଣୀୟ ସମସ୍ତ ଙ୍କୁ କୋଟି କୋଟି ପ୍ରଣାମ ଜଣାଇଛନ୍ତ।
More Stories
ଅଙ୍ଗାରଗାଁ ପଞ୍ଚାୟତରେ ଭତ୍ତା ବଣ୍ଟନ l
ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ସଭା ଅନୁଷ୍ଠିତ
ପ୍ରାକ୍ତନ ସି ଅର୍ ସି ସି ଗଙ୍ଗାଧର ନାୟକଙ୍କ ବିଦାୟ ସମ୍ବର୍ଧନା ଉତ୍ସବ l