ସମ୍ଭବ ବିବିଧ ସାମର୍ଥ୍ୟ ପ୍ରତିଷ୍ଠାନ ର ସପ୍ତମ ବାର୍ଷିକ ମହୋତ୍ସବ l

ରିପୋର୍ଟର :ନାରାୟଣ ଡାକୁଆ 

ସୋରଡ଼ା (ଆମ ଓଡ଼ିଶ ଖବର )ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ ର ନୁଆଁଗଡ଼ ଠାରେ ‘ବିବିଧ ସାମର୍ଥ୍ୟ ସାମର୍ଥ୍ୟ ପ୍ରତିଷ୍ଠାନ ଦ୍ୱାରା ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ପିଲାମାନଙ୍କ ସ୍ୱତନ୍ତ୍ର ଓ ସୃଜନଶୀଳ ଆବାସିକ ବିଦ୍ୟାଳୟ ର ସପ୍ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବରେ ମୁଖ୍ୟ ଅତିଥିଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ,ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ସମ୍ମାନିତ ଅତିଥିଭାବେ ଗଞ୍ଜାମ ଜିଲ୍ଲା ପରିଷଦ ସଭ୍ୟ ସୁଧୀର କୁମାର ଜେନା, ମଣ୍ଡଳ ସଭାପତି ଭଗବାନ ମୁନି ପ୍ରମୁଖ ଯୋଗ ଦେଇଥିଲେ ।ସମ୍ପୂର୍ଣ କାର୍ଯ୍ୟକ୍ରମ ଟିକୁ ସମ୍ଭବ ବିଭୀଧ ସାମର୍ଥ୍ୟ ଅନୁଷ୍ଠାନ ର ସଭାପତି ବିଜୟ କୁମାର ବେହରା ଙ୍କ ତତ୍ୱାବଧାନ କରିଥିବା ବେଳେ, ସନାତନ ଡାକୁଆ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ । ସମ୍ପାଦିକା ନିଶାରାଣୀ ଦେଇ ବିଦ୍ୟାଳୟ ର ବିବରଣୀ ପାଠ କରିଥିଲେ |ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞା ମହାପାତ୍ର, ଶିକ୍ଷକ ଅଶୋକ ପ୍ରଧାନ, ପ୍ରମୋଦ ମହାରଣା, ଶିକ୍ଷୟତ୍ରୀ ସୁମିତ୍ରା ବେହେରା ଯୁବ ସମାଜ ସେବି ଜିତେନ୍ଦ୍ର ଦାସ, ସତ୍ୟନାରାୟଣ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ । ଭିନ୍ନକ୍ଷମ ଓ ମସ୍ତିଷ୍କ ପକ୍ଷଘାତ ଛାତ୍ର ଛାତ୍ରୀ ନେଇ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର ଉତୀର୍ଣ୍ଣ ଛାତ୍ର ଛାତ୍ରୀ ଙ୍କୁ ଅତିଥିମାନେ ପୁରସ୍କାର ବଣ୍ଟନ କରିବା ସହ ଅନୁଷ୍ଠାନ ର ଏପରି ପ୍ରୟାସ କୁ ପ୍ରଶଂସା କରିବା ସହ ସରକାରୀ ସହାୟତା ପାଇଁ ଦାବି ରଖିଥିଲେ | ଉକ୍ତ ଅନୁଷ୍ଠାନ କୁ ସୋରଡ଼ା ବିଧାୟକ ସରକାରି କ୍ଷେତ୍ର ରେ  ସାହାର୍ଯ୍ୟ ଯୋଗାଇଦେବା ପାଇଁ କହିଥିଲେ |

error: Content is protected !!