ଅସମୟ ର ବନ୍ଧୁ ସମାଜ ସେବୀ ରାଧାମୋହନ  l

ରିପୋର୍ଟ :ନାରାୟଣ ଡାକୁଆ 

ସୋରଡ଼ା (ଆମ ଓଡ଼ିଶା ଖବର )ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ବଡଗଡ଼ ପଞ୍ଚାୟତ  ହରିଜନ ସାହିର ଜଣେ ଦୁଃସ୍ଥ  ଓ ଆର୍ଥିକ ଅନଗ୍ରସର ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳା ଜଣକ ହେଲେ ଏହି ଗ୍ରାମର ହରିଜନ ସାହିର ଶିବାନି ନାୟକ। ଉକ୍ତ ମହିଳାଙ୍କ କେହି ନିଜ ପରିଚୟ ବ୍ୟକ୍ତି ନଥିବା ବେଳେ ସାହି ବାସିନ୍ଦାଙ୍କ ସହଯୋଗରେ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ତେବେ ମୃତ୍ୟୁ ଖବର ପାଇ ବରିଷ୍ଠ ସମାଜସେବୀ ତଥା ବଡଗଡ଼ ମଣ୍ଡଳ ସଭାପତି ରାଧାମୋହନ ସ୍ବାଇଁ ପହଁଚି କିଛି ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ଏବଂ  ଆତ୍ମୀୟ ସ୍ୱଜନ କେହି ନଥିବା ଅନୁମାନ କରାଯାଉଥିବା ବେଳେ ସ୍ଥାନୀୟ କିଛି ଲୋକଙ୍କ ସାହାଯ୍ୟ ଓ ସହଯୋଗରେ ସମ୍ପର୍ଣ୍ଣ ହେବା ନେଇ ସୂଚନା ଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବା ନେଇ କହିଛନ୍ତି ବୁଦ୍ଧିଜୀବୀ ଓ ଜନସାଧାରଣ।

error: Content is protected !!