କୋଦଳା, (ରାକେଶ ମହାରଣା)
ଗଞ୍ଜାମ ଜିଲ୍ଲାର ଏକ ପ୍ରସିଦ୍ଧ ଶୈବ ପୀଠ ହେଉଛି କୋଦଳା ସ୍ଥିତ ଦଣ୍ଡେଶ୍ୱର ଶୈବ ପୀଠ | କିନ୍ତୁ ସେଇ ପୀଠ କୁ ଆସିବା ପାଇଁ ନିକଟସ୍ଥ ଗ୍ରାମବାସୀ ଙ୍କ ଭୟ | କାରଣ ଜରାଜୀର୍ଣ୍ଣ ରାସ୍ତା ପାଲଟିଛି ଲୋକଙ୍କ ଯାତାୟାତ ପାଇଁ ସମସ୍ୟା | ଗଞ୍ଜାମ ଜିଲ୍ଲା କୋଦଳା ଠାରୁ ଫାଶୀ ମୁଖ୍ୟ ରାସ୍ତା ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପ୍ରତିଦିନ ଉକ୍ତ ରାସ୍ତା ଦେଇ ଶହ ଶହ ସଂଖ୍ଯାରେ ଯାନବାହାନ ଚଳାଚଳ କରୁଥିବା ବେଳେ ଏବେ ଉକ୍ତ ରାସ୍ତା ଲୋକକଂ ପାଇଁ ମରଣଯନ୍ତା ପାଲଟିଛି। ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ମଧ୍ୟ ଦେଖିବାକୁ ମିଳୁଛି | କିନ୍ତୁ ଏହି ରାସ୍ତାରେ ବିରାଟକାୟ ଗର୍ତ୍ତ ସୃଷ୍ଟି ହେବା ସହ ବର୍ଷା ଦିନେ ପାଣି ଜମି ରହୁଛି। ବାରମ୍ବାର ଅଞ୍ଚଳବାସୀ ଦାବି କଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ଅଭିଯୋଗ ର କର୍ଣ୍ଣପାତ କରୁ ନାହାଁନ୍ତି। ଯାହାକୁ ନେଇ ଶୁକ୍ରବାର କୋଦଳା ଗ୍ରାମ୍ଯ ଉନ୍ନୟନ ବିଭାଗ ଯନ୍ତ୍ରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ବିଜେପି ନେତା। ୭ ଦିନ ମଧ୍ୟରେ ପଦକ୍ଷେପ ନିଆଯିବାକୁ ଦାବି କରାଯାଇଛି। ଆଉ ଯଦି ପଦକ୍ଷେପ ନିଆ ନ ଯାଏ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ବିଜେପି ନେତା। ବରିଷ୍ଠ ବିଜେପି ନେତ୍ରୀ ଅନୀତା ଶୁଭଦର୍ଶନୀ, ପ୍ରତାପ ନାୟକ, କୋଦଳା ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ରଞ୍ଜିତା ସେଠୀ, କାଉନସିଲର ସୂର୍ଯ୍ୟାଶୁଂ ବେହେରାଙ୍କ ସମେତ ଶତାଧିକ ବିଜେପି ନେତା ଓ କର୍ମୀ ଏନେଇ ଗ୍ରାମ୍ଯ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ତୁରନ୍ତ ରାସ୍ତା ମରାମତି କରିବାକୁ ଦାବି କରିଛନ୍ତି | ଏ ନେଇ ଗ୍ରାମ୍ଯ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିବାରେ କହିଛନ୍ତି ଯେ ଆମେ ଅଭିଯୋଗ ପତ୍ର ପାଇଛୁ, ଟେଣ୍ଡର ପ୍ରକ୍ରିୟା ସରିଛି, ଖୁବ ଶୀଘ୍ର ଉକ୍ତ ରାସ୍ତା ତିଆରି ହେବ | ତେବେ ବିଡମ୍ବନା ର ବିଷୟ ଜେ.ଇ ଙ୍କ ଅନୁପସ୍ଥିତିରେ ସେଇ ବିଭାଗ ରେ କାର୍ଯ୍ୟରତ ଜଣେ ରୋଲର ଡ୍ରାଇଭର ବିଜେପି ର ଅଭିଯୋଗ ପତ୍ର ଗ୍ରହଣ କରିଥିଲେ | ଏଠି ପ୍ରଶ୍ନ ଉଠୁଛି ଯେ ଏହି ବିଭାଗ ଚାଲିଛି କେମିତି ? ଜଣେ ଡ୍ରାଇଭର ହାତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଦାୟିତ୍ୱ ଦେଇଦେଇ ଅଧିକାରୀ ଥିଲେ କୋଉଠି?ଏଭଳି ଦାୟିତ୍ୱ ହୀନତା ପାଇଁ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି |
More Stories
ବୁରୁଝରୀ ରେ ବିଜେପିର ମିଶ୍ରଣ ପର୍ବ…ବିଜେପିରେ ଯୋଗଦେଲେ ଯୁବ ସରପଞ୍ଚ ଙ୍କ ସମେତ ଶତାଧିକ କର୍ମୀ l
ଚିଲିକା ଆମ ଆଦମୀ ପାର୍ଟି ବିଧାୟକ ପାର୍ଥି ସଂଗ୍ରାମଙ୍କ ମାରାଥନ ପ୍ରଚାର l
ଚିଲିକା:ସ୍ୱାଧୀନ ପାର୍ଥୀ ମନ୍ମଥ କୁମାର ସିଂ ଙ୍କର ପ୍ରଚାର l