ବେଗୁନିଆପଡା, (ଦେବାଶିଷ ମହାରଣା):ବିଘ୍ନ ବିନାଶକ ଶ୍ରୀ ଗଜାନନ ଙ୍କ ପୂଜା ଉତ୍ସବ ରାଜ୍ୟ ର ବିଭିନ୍ନ ସ୍ଥାନରେ ବେଶ ଆନନ୍ଦ ଉଲ୍ଲାସ ର ସହିତ ପାଳନ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିସୂର୍ଯ୍ୟନଗର, କୋଦଳା, ବେଗୁନିଆପଡା ସମେତ ବହୁ ସ୍ଥାନରେ ଶ୍ରୀ ଗଜାନନ ଙ୍କ ପୂଜା ବହୁ ଆଡମ୍ବରରେ ପାଳନ ହୋଇ ଆସୁଛି | ତେବେ ଗଜାନନ ଙ୍କ ଆଶୀର୍ବାଦ ଲାଭ କରବା ପାଇଁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ର ବରିଷ୍ଠ ବିଜେପି ନେତା ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ପ୍ରତାପ ଚନ୍ଦ୍ର ନାୟକ କବିସୂର୍ଯ୍ୟନଗର ସମେତ କୋଦଳା, ବେଗୁନିଆପଡା, ଅଙ୍ଗାର ଗାଁ, କୁମାରିପାରି କୁ ଯାଇ ଗଜାନନ ଙ୍କ ପ୍ରତିମୂର୍ତ୍ତି ରେ ଧୂପ, ଦ୍ବୀପ ଦେଇ ଆଶୀର୍ବାଦ ସାଉଁଟି ଥିବାର ଦେଖିବାକୁ ମିଳିଛି |
ବୁଧବାର କବିସୂର୍ଯ୍ୟନଗର ର ବହୁ ପୂଜା କମିଟି ର ନିମନ୍ତ୍ରଣ କ୍ରମେ ଶ୍ରୀ ନାୟକ ପ୍ରତ୍ୟେକ ମେଢ଼ ସ୍ଥଳ କୁ ଯାଇ ପୂଜାର୍ଚନା କରିବା ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ | ସେହିଭଳି ଗୁରୁବାର ଅଙ୍ଗାର ଗାଁ, କୁମାରୀ ପାରି ସ୍ଥିତ ବହୁ ପୂଜା ମେଢ଼ ବୁଲିବା ସହିତ ଧୂପ, ଦ୍ବୀପ ଦେଇ ପ୍ରଭୁ ଗଜାନନ ଙ୍କ ଆଶୀର୍ବାଦ ଲାଭ କରିଥିଲେ | ପ୍ରତ୍ୟେକ ପୂଜା ସ୍ଥଳରେ ପହଞ୍ଚି ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦୀ ସରକାର ଙ୍କ ବିଶ୍ୱକର୍ମା ଯୋଜନା ସମ୍ପର୍କ ରେ ଲୋକଙ୍କୁ ଅବଗତ କରାଇବା ସହିତ ଉକ୍ତ ଯୋଜନା ରୁ କିପରି କାରିଗର ମାନେ ଲାଭ ପାଇପାରିବେ ସେ ସମ୍ପର୍କରେ ବୁଝାଇ ଥିଲେ | ଏହି ପୂଜା ମଣ୍ଡପ ଦର୍ଶନ କାର୍ଯ୍ୟକ୍ରମ ରେ ପ୍ରତାପ ଚନ୍ଦ୍ର ନାୟକ ଙ୍କ ସମେତ ପାଣ୍ଡିଆ ମଣ୍ଡଳ ସଭାପତି ଶ୍ରୀକାନ୍ତ ପଣ୍ଡା,ଯୁବ ନେତା ଶ୍ରୀକାନ୍ତ ମହାପାତ୍ର, ସୂର୍ଯ୍ୟାଂଶୁ ବେହେରା, ନାରାୟଣ ଡାକୁଆ,ଗଣେଶ ଙ୍କ ସମେତ ଶତାଧିକ ଯୁବଗୋଷ୍ଠୀ, କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ | ପ୍ରତ୍ୟେକ ସ୍ଥାନରେ ଶ୍ରୀ ନାୟକ ଙ୍କୁ ପୂଜା କମିଟି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା |
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।