କୋଦଳା,(ଦେବାଶିଷ ମହାରଣା):ଚଳିତ ବର୍ଷ କାର୍ତିକ ମାସରେ ଅନୁଷ୍ଠିତ କାର୍ତିକ ମହୋତ୍ସବ କୁ ଅତି ଧୂମଧାମରେ ପାଳନ କରିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଫାଶି ଗ୍ରାମର ମହିଳା | ଏହି ଉତ୍ସବ କୁ ଦ୍ବିଗୁଣିତ କରିଛନ୍ତି କୋଦଳା ଏନଏସି ର ପୂର୍ବତନ ଅଧ୍ୟକ୍ଷା ସୁନୀତା ପ୍ରଭା ସାହୁ ଏଵଂ କବିସୂର୍ଯ୍ୟ ଯୁବ ସଂଗଠନର ସଭାନେତ୍ରୀ ରଞ୍ଜିତା ସାହୁ | ଧର୍ମ ମାସ ର ଏହି ପବିତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମହିଳା ମାନଙ୍କୁ ସଂଗଠିତ ରହିବାକୁ ଆହ୍ବାନ ଦେଇଥିଲେ ମୁଖ୍ୟ ଅତିଥି। ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଫାଶି ଗ୍ରାମ ପରିକ୍ରମା କରିବା ସହିତ ମହୋତ୍ସବର ସଭା ସ୍ଥଳରେ ପହଞ୍ଚିଥିଲେ ହଜାର ହଜାର ମହିଳା | ଦାନ ପୁଣ୍ୟ ଭରା ଏହି ମାସରେ ମହିଳା ମାନେ ମୁଖ୍ଯତଃ ହବିସ ପାଳନ କରିବା ସହ ସାତ୍ତ୍ବିକ ଭୋଜନ କରିଥାନ୍ତି। ତେବେ ଏତେ ସଂଖ୍ୟକ ମହିଳା ଏକତ୍ରିତ ହୋଇ ଫାଶି ଠାରେ କାର୍ତ୍ତିକ ମହୋତ୍ସବ ପାଳନ କରୁଥିବାରୁ ଉଦଘାଟକ ତଥା ମୁଖ୍ଯ ଅତିଥି ବେଶ୍ ଖୁସି ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ମହିଳା ମାନଙ୍କୁ ସମ୍ମାନ ଦେବା ସହ ବିଭିନ୍ନ ଯୋଜନା କରି ମହିଳାଙ୍କୁ ଆଗକୁ ନେବାକୁ ପ୍ରୟାସ କରୁଥିବା କହିଥିଲେ ସୁନୀତା ପ୍ରଭା ସାହୁ। ଫାଶି ଠାରେ ଏତେ ସଂଖ୍ୟକ ମହିଳା ଏକତ୍ରୀତ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଏଭଳି ଏକ ବିଶାଳ ଧର୍ମୀୟ ସମାବେଶ ହୋଇଥିବାରୁ ଖୁସି ପ୍ରକଟ କରିଥିଲେ କବିସୂର୍ଯ୍ୟ ଯୁବ ସଂଗଠନର ଅଧ୍ଯକ୍ଷା ରଞ୍ଜିତା ସାହୁ ।
ଫାଶି ଠାରେ କାର୍ତ୍ତିକ ମହୋତ୍ସବର ମଜା ଉଠାଇଲେ ଫାଶୀ ର ହଜାର ହଜାର ମହିଳା l

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l