କବିସୂର୍ଯ୍ୟନଗର, (ରାକେଶ):ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ରାଜନୀତି ସେତିକି ଜୋର ଧରିବାରେ ଲାଗିଛି | ବିଭିନ୍ନ ସ୍ଥାନରେ ନେତା ମନ୍ତ୍ରୀ ମାନେ ନିଜ ନିଜର ସଂଗଠନ କୁ ନେଇ ଜୋରଦାର ପ୍ରସ୍ତୁତ ହେଉଥିବା ବେଳେ ଗାଁ ଗହଳି ରେ କିନ୍ତୁ ଦେଖିବାକୁ ମିଳିଛି ଓଲଟା ଚିତ୍ର | ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୁଢ଼ାମ୍ବ ଗ୍ରାମରେ ବିଜେପି ର ପୋଷ୍ଟର ଚିରି ଫୋପାଡ଼ିବା ଘଟଣାକୁ ନେଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ବିଜେପି ନେତା | ସୂଚନା ଅନୁଯାୟୀ ଅଠର ତାରିଖ ଦିନ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଗ୍ରସ୍ତ ପୂର୍ବରୁ ବିଭିନ୍ନ ସ୍ଥାନରେ ପୋଷ୍ଟର, ପତାକା ମାରୁଛନ୍ତି ବିଜେପି କର୍ମୀ | କିନ୍ତୁ ପୋଲିସ କୁ ଦିଆଯାଇଥିବା ଏତଲା ର ସୂଚନା ଅନୁଯାୟୀ ବୁଢ଼ାମ୍ବ ପଞ୍ଚାୟତ ଅନ୍ତର୍ଗତ ବଡ ମହୁରୀ ଗ୍ରାମର ବିଜେପି କର୍ମୀ ଛଇଲ ବେହେରା (ପି -ଶୁକ୍ର ବେହେରା)ବୁଢ଼ାମ୍ବ ଗ୍ରାମରେ ବିଜେପି ପତାକା ମାରୁଥିବା ସମୟରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଯଜ୍ଞ ପ୍ରସାଦ ପାଢ଼ୀ ଙ୍କ ସମେତ ଆଠ ରୁ ଦଶ ଜଣ ବିଜେଡି କର୍ମୀ ପତାକା ମାରିବାକୁ ମନା କରିବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି | ଏଵଂ ବିଜେପି ପତାକା କୁ ଗୋଡ଼ ରେ ମକଚିବା ସହ ବୁଢ଼ାମ୍ବ ଗ୍ରାମରେ ନ ମାରିବା ପାଇଁ ଛଇଲ ଙ୍କୁ ଧମକାଇ ଥିବା ମଧ୍ୟ ଏତଲା ରେ ଉଲ୍ଲେଖ ରହିଛି | ଏହାକୁ ଅତି ଗମ୍ଭୀରତା ର ସହିତ ନେଇ ସ୍ଥାନୀୟ ବିଜେପି ନେତ୍ରୀ ଅନିତା ଶୁଭ ଦର୍ଶିନୀ ପଟ୍ଟନାୟକ ଙ୍କ ସମେତ କବିସୂର୍ଯ୍ୟନଗର ବିଜେପି ନେତା ପ୍ରତାପ ନାୟକ ଏଵଂ ସ୍ଥାନୀୟ ବିଜେପି କର୍ମୀ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହିତ କବିସୂର୍ଯ୍ୟନଗର ଥାନା ରେ ଏତଲା ଦେଇଥିବା ଜଣା ପଡିଛି | ଯଦି ଏହି ଘଟଣାରେ କାର୍ଯ୍ୟାନୁଷ୍ଟାନ ନ ହୁଏ ତେବେ ଆଗାମୀ ଦିନରେ କବିସୂର୍ଯ୍ୟନଗର ଥାନା ଘେରାଉ କରାଯିବା ସହିତ ରାଜରାସ୍ତା କୁ ଓଲ୍ହାଇବା ନେଇ ଚେତାବନୀ ଦେଇଛି ବିଜେପି |
ବୁଢ଼ାମ୍ବ ରେ ବିଜେପି ର ପତାକା ଚିରିଲେ ବିଜେଡି କର୍ମୀ! ଘଟଣାକୁ ନେଇ ଥାନାରେ ଏତଲା l


More Stories
ପିସିଆର ବେବହାର କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆସିଲା କଡ଼ା ନିୟମ।
Revenue Inspector arrested by Odisha Vigilance for accepting Rs 5,000 bribe.
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।