ରିପୋର୍ଟ (ଦେବାଶିଷ)
ବେଗୁନିଆପଡା (ଆମ ଓଡ଼ିଶା ଖବର )ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଏସ.ଜନାର୍ଦନ ଆଚାରୀ ଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ପାଦକ ପଙ୍କଜ କୁମାର ବେହେରା,ଯୁଗ୍ମ ସମ୍ପାଦକ ଏ.ଆନନ୍ଦ ରାଓ ଯୋଗ ଦେଇଥିବା ବେଳେ ବେଗୁନିଆପଡା ବ୍ଲକ ଏବିଇଓ ସୋମନାଥ ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ସନମାନିତ ଅତିଥି ଭାବେ ଡ଼ଃ.ସଞ୍ଜୟ କୁମାର ସାହୁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଆଠ ଟି ବିଦ୍ୟାଳୟରୁ ମୋଟ 132 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ | ଏଥିରେ ଦୌଡ଼, ଲଙ୍ଗ ଜମ୍ପ,ଗୋଳା ଫିଙ୍ଗା ଭଳି ଖେଳରେ ଭାଗ ନେଇ ଛାତ୍ର ଛାତ୍ରୀ ପୁରସ୍କୃତ ହୋଇଥିଲେ | ଏହି ସଂକୁଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ କଞ୍ଚଣା ସମିତି ସଭ୍ୟ ଚିତ୍ରସେନ ଘୋଷ ଙ୍କ ସମେତ ସନମାନିତ ଅତିଥି ଭାବେ ବେଗୁନିଆପଡା ପଞ୍ଚାୟତ ସରପଞ୍ଚ ଦଣ୍ଡୁ ପ୍ରଧାନ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କୃତ କରିଥିଲେ | ପ୍ରାତଃ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀ ବେଦପାଠ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ଏହି କାର୍ଯ୍ୟକ୍ରମରେ ବେଗୁନିଆପଡା ସମିତି ସଭ୍ୟ ଏ.ସନ୍ତୋଷ ପାତ୍ର,ସଂକୁଳ ସଂଯୋଜକ ସନ୍ତୋଷ କୁମାର ଶତପଥି,ସଂକୁଳ ପ୍ରମୁଖ ଅଶ୍ୱିନୀ ପ୍ରହରାଜ,କ୍ରୀଡା ପ୍ରମୁଖ ରୋହିତ କୁମାର ପରିଡା ଙ୍କ ସମେତ ଆଠ ଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ/ଆଚାର୍ଯା ପ୍ରମୁଖ ଉପସ୍ଥିତ ଥିଲେ | ଶେଷରେ ସମ୍ପାଦକ ପଙ୍କଜ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |
More Stories
ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅନ୍ତର୍ଗତ ନକଲି ଡାକ୍ତରଙ୍କ କଳା କରନାମା।
ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍କା। ପେଟଗୁଡା ଜଙ୍ଗଲରୁ ଧରାହେଲା, ମାଓବାଦୀ ହିଡ୍ମା କୁଞ୍ଜମ୍।
ସ୍ତ୍ରୀ ର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ l