ରିପୋର୍ଟ :ଦେବାଶିଷ
ବେଗୁନିଆପଡା, (ଆମ ଓଡ଼ିଶା ଖବର )ସାରା ରାସ୍ତାରେ ପ୍ରକମ୍ପିତ ହେଉଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୀତରେ | ଉପସ୍ଥିତ ଥିଲେ ହଜାର ହଜାର ବିଜେଡି କର୍ମୀ | ଉଧ୍ୟେଶ୍ୟ ଥିଲା ସାମାଜିକ ନାଟକ ର ଉଦଘାଟନ | ଆଜ୍ଞା ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ଗ୍ରାମରେ | ଲୋକଙ୍କ ଗହଣରେ ରୋଡ୍ ସୋ କରି ନାଟକ ଉଦଘାଟନ କଲେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ । ସାଧାରଣ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ନେତା ଙ୍କ ରୋଡ଼ ସୋ ମଧ୍ୟ ସେତିକି ଅଧିକ ଦେଖିବାକୁ ମିଳୁଛି । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳରୁ ଆଶାୟୀ ଥିବା ପ୍ରାର୍ଥୀ ହର ପ୍ରସାଦ ସାହୁଙ୍କ ଏହି ରୋଡ୍ ସୋ କୁ ନେଇ ଏବେ ସବୁଠି ଚର୍ଚ୍ଚା । ରୋଡ୍ ସୋ ପରେ ସାମାଜିକ ନାଟକ ଉଦଘାଟନ କରିଥିଲେ ହରକଂ ସହ ଧର୍ମପତ୍ନୀ ତଥା ପୂର୍ବତନ କୋଦଳା ଏନଏସି ଅଧ୍ୟକ୍ଷା ସୁନୀତା ପ୍ରଭା ସାହୁ ଓ କବିସୂର୍ଯ୍ୟ ଯୁବ ସଂଗଠନର ଅଧ୍ଯକ୍ଷା ଡଃ ରଞ୍ଜିତା ସାହୁ ।ଏଥିରେ ଯୋଗ ଦେଇଥିଲେ କବିସୂର୍ଯ୍ୟନଗର ଏନ୍ଏସି ପୂର୍ବତନ ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ମନୋରଞ୍ଜନ ମହାପାତ୍ର, ବେଗୁନିଆପଡ଼ା ବ୍ଳକ ପୂର୍ବତନ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ, ପ୍ରବାସୀ ଓଡିଆ ସଂଗଠକ ବିଜୟ କଅଁରକଂ ସମେତ କବିସୂର୍ଯ୍ୟନଗର ଏନ୍ଏସି ର ବହୁ କାଉନସିଲର ପ୍ରତିନିଧି, କୋଦଳା ଏନଏସି ର ବହୁ ପୂର୍ବତନ କାଉନସିଲର ଓ ପ୍ରତିନିଧି, ବେଗୁନିଆପଡ଼ା ଅଞ୍ଚଳର ବହୁ ପୂର୍ବତନ ଜନପ୍ରତିନିଧି ।ରାଜ୍ୟରେ ମୁଖ୍ଯମନ୍ତ୍ରୀ ତଥା ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ କ୍ରମାଗତ ବିକାଶ ଧାରାରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ ହରପ୍ରସାଦ। ଅପରପକ୍ଷେ ଉପଯୁକ୍ତ ନେତୃତ୍ୱର ଅଭାବ ଯୋଗୁଁ ତୃଣମୂଳସ୍ତରରେ କର୍ମକର୍ତ୍ତାଙ୍କୁ ଅଣଦେଖା କରାଯାଉଥିବା , ଉର୍ନ୍ନତିକରଣ ନାମରେ ହରିଲୁଟ କରୁଥିବା ନେତାଙ୍କୁ ଆଗାମୀ ନିର୍ବାଚନରେ ଲୋକେ ହିଁ ଉଚିତ୍ ଜବାବ ଦେବେ ବୋଲି କହିଥିଲେ। ଆଗାମୀ ନିର୍ବାଚନରେ ହରପ୍ରସାଦଙ୍କୁ ବିଜୁ ଜନତା ଦଳରୁ ବିଧାୟକ ପ୍ରାର୍ଥୀ କରାଗଲେ ଏକ ପାଖିଆ ତଥା ରେକର୍ଡ ବିଜୟ ହେବ ବୋଲି ମତ ଦେଇଥିଲେ ବହୁ ପୂର୍ବତନ ତଥା ବର୍ତ୍ତମାନର ଜନପ୍ରତିନିଧି।
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।