ରାଣୀ ମା ଙ୍କ ବିୟୋଗରେ ଶୋକ ପାଳନ କଲେ ନବଘନ ନାୟକ ଡିଗ୍ରୀ କଲେଜର ଛାତ୍ର ଛାତ୍ରୀ ଓ କର୍ତୃପକ୍ଷ l

ବେଗୁନିଆପଡା, (ଦେବାଶିଷ):ବର୍ଷିଆନ ନେତ୍ରୀ ତଥା ଅର୍ଦ୍ଧ ଶତାବ୍ଧି ଧରି ଓଡିଶା ରାଜନୀତି କ୍ଷେତ୍ରରେ ଅପ୍ରତିଦ୍ବନ୍ଦି ନେତ୍ରୀ ଭାବେ ଦଶ ଥର ବିଧାୟିକା ପଦବୀ ରେ ରହି ଭିନ୍ନ ଏକ ରେକର୍ଡ କରିଥିବା ମହିୟସୀ ନେତ୍ରୀ ଭି. ସୁଜ୍ଞାନୀ କୁମାରୀ ଦେଓ ଆଜି ଆମ ଗହଣ ରେ ନାହାନ୍ତି ସତ କିନ୍ତୁ ରାଜନୀତି କ୍ଷେତ୍ରରେ ତାଙ୍କ ଅବଦାନ ଓ ବିଭିନ୍ନ ସମାଜସେବା କ୍ଷେତ୍ରରେ ଲୋକଙ୍କ ସେବା ମନୋଭାବ ଆଜି ତାଙ୍କୁ ଅମର କରି ଦେଇଛି | ନିଜ ପଦବୀ ରେ ରହିଥିଲେ ମଧ୍ୟ ତାଙ୍କୁ ଆଦରରେ ସମସ୍ତେ ରାଣୀ ମା ବୋଲି ମଧ୍ୟ ଡାକନ୍ତି | ତାଙ୍କ ଅବର୍ତମାନ ରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ସ୍ଥିତ ନବଘନ ନାୟକ ଡିଗ୍ରୀ କଲେଜ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି | କଲେଜ ର ପ୍ରତିଷ୍ଠାତା ଶ୍ରୀ ତ୍ରିନାଥ ନାହାକ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଶୋକ ସଭାରେ ଦିବଂଗତ ନାରୀ ନେତ୍ରୀ ଙ୍କ ବଳିଷ୍ଠ ଅବଦାନ କୁ ସ୍ମରଣ କରାଯିବା ସହ କଲେଜ ର ଉନ୍ନତି କ୍ଷେତ୍ରରେ ତାଙ୍କ ଅବଦାନ କୁ ମନେ ପକାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା | ସୂଚନା ଯୋଗ୍ୟ ଯେ 2018 ଫେବୃଆରୀ ମାସ 25 ତାରିଖରେ ସେତେବେଳର ବିଧାୟିକା ତଥା ସ୍ବର୍ଗତ ଭି. ସୁଜ୍ଞାନୀ କୁମାରୀ ଦେଓ ଏହି କଲେଜ କୁ ଉଦଘାଟନ କରିବା ସହିତ ପ୍ରଶାସନିକ ସ୍ତରରେ ଅନେକ ସାହାଯ୍ୟ ସହଯୋଗ କରିଥିଲେ | ତେଣୁ ତାଙ୍କୁ ମନେ ପକାଇ ପ୍ରତ୍ୟେକ ବର୍ଷ ସ୍ବର୍ଗତ ଦେଓ ଙ୍କ ଜନ୍ମ ଦିବସ ତଥା ତିରୋଧାନ ଦିବସ କୁ ପାଳନ କରାଯିବ ବୋଲି କହିଛନ୍ତି ଶ୍ରୀ ନାହାକ | ଏହି ଶୋକ ସଭା ରେ କଲେଜ ର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ |

error: Content is protected !!