ବେଗୁନିଆପଡା (ଦେବାଶିଷ ମହାରଣା)
ପବିତ୍ର ଜନ୍ମାଷ୍ଟମୀ ଧୁମଧାମ ରେ ପାଳିତ ହେଉଥିବା ବେଳେ ଅଚାନକ ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ଅନ୍ତର୍ଗତ ଇନାମ ବେଲପଡା ଠାରେ ଏକ ଦୁଖଦଃ ଘଟଣା ଘଟିଯାଇଛି । ବିଦ୍ୟୁତ ବିଭାଗ ର ଅପାରଗତା ଯୋଗୁଁ ଜଣେ ବୃଦ୍ଧ ଙ୍କ ମୂଲ୍ୟବାନ ଜୀବନ ଚାଲିଯାଇଥିବା ବେଳେ ଆଉ ଜଣେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଜଣାପଡିଛି। ବୁଧବାର କୋଦଳା ଏନଏସି ୱାର୍ଡ ନଂ ୮ ଇନାମ ବେଲପଡା ଗ୍ରାମର ସ୍ବର୍ଗତ ଭୀମ ରାଉତଙ୍କ ପୁତ୍ର ୮୬ ବର୍ଷୀୟ ବୃଦ୍ଧ କନ୍ଧ ରାଉତ ନିଜ ଘରୁ ବାହାରି ନିକଟସ୍ଥ ରାସ୍ତା କଡ଼ ରେ ଥିବା ସରକାରୀ ହୋଡିଂ ନିକଟ କୁ ଯାଇ ପରିଶ୍ରା କରୁଥିବା ସମୟ ରେ ହଠାତ ଉକ୍ତ ଲୁହାର ହୋଡିଂ ର ସଂସ୍ପର୍ଶ ରେ ଆସି କେହି କିଛି ବୁଝିବା ପୂର୍ବରୁ ଟଳିପଡିଥିଲେ । ଉକ୍ତ ରାସ୍ତାଟି ମୁଖ୍ୟ ରାସ୍ତା ହୋଇଥିବାରୁ ସଙ୍ଗେ ସଙ୍ଗେ ଲୋକେ ଜମାହୋଇ କନ୍ଧ ରାଉତ ଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, ସେଠାରେ ଉପସ୍ଥିତ ଥିବା କାଳୁ ପୋଲେଇ ବୃଦ୍ଧଙ୍କୁ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ, ସେ ମଧ୍ୟ କିଛି ଦୁରକୁ ଛିଟିକି ପଡ଼ିଥିଲେ କିନ୍ତୁ ନିଜ ଜୀବନ ବଞ୍ଚି ଯାଇଥିଲା ଏହା ଦେଖି ଲୋକମାନେ ଜାଣିବାକୁ ପାଇଥୁଲେ ଯେ ହୋର୍ଡିଂ ଉପର ଦେଇ ଯାଇଥିବା ଟାଟା ପାୱାର ର ୧୧ କେଭି ବିଦ୍ୟୁତ ତାର ହୋଡିଂ ରେ ଲାଗି ବିଦ୍ୟୁତ ସଂଯୋଗ ହୋଇଯାଇଛି । ସଙ୍ଗେ ସଙ୍ଗେ ସେହିଗ୍ରାମର ଯୁବକ ଯଜ୍ଞ ପତି ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ନିକଟ ରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ର ସରବରାହ ବିଛିନ୍ନ କରିଥିଲେ ଓ କନ୍ଧ ରାଉତ ଙ୍କୁ ତତକ୍ଷଣାତ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ, ସେତେବେଳେ କୁ ତାର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ ଯୁବ ସମାଜସେବୀକା ରଂଜିତା ସାହୁ ପହଞ୍ଚି ଘଟଣା କୁ ଅନୁଧ୍ୟାନ କରିବା ସହିତ ମୃତକ ଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।