ରିପୋର୍ଟ :ରାକେଶ ମହାରଣା
ବେଗୁନିଆପଡା,(ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳୀମେଘି ପଞ୍ଚାୟତରେ ସରପଞ୍ଚ ଶ୍ରୀମତୀ ଅର୍ଚନା ତ୍ରିପାଠୀଙ୍କ ତତ୍ୱାବଧାନରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଶ୍ୱ ପରିବେଶ ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସମସ୍ତେ ପରିବେଶ ସଚେତନ ପୂର୍ବକ ଗଛ ଲଗାଇବାକୁ ଶପଥ ପାଠ କରିଥଲେ | ଗଛ ହିଁ ଜୀବନ ନାରା ଦେଇ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପୋଲସରା ରେଞ୍ଜ ବନପାଳ ଅଭିରାମ ଖିଲା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବନ ରକ୍ଷକ ଅବିନାଶ କହଁର, ସମାଜସେବୀ ବିଶ୍ଵାମିତ୍ର ତ୍ରିପାଠୀ ଙ୍କ ସମେତ ଏମବିକେ, ସିଆରପି, ଛାତ୍ରଛାତ୍ରୀ ଏଵଂ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ |


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?