ରିପୋର୍ଟ :ରାକେଶ ମହାରଣା
ବେଗୁନିଆପଡା,(ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳୀମେଘି ପଞ୍ଚାୟତରେ ସରପଞ୍ଚ ଶ୍ରୀମତୀ ଅର୍ଚନା ତ୍ରିପାଠୀଙ୍କ ତତ୍ୱାବଧାନରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଶ୍ୱ ପରିବେଶ ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସମସ୍ତେ ପରିବେଶ ସଚେତନ ପୂର୍ବକ ଗଛ ଲଗାଇବାକୁ ଶପଥ ପାଠ କରିଥଲେ | ଗଛ ହିଁ ଜୀବନ ନାରା ଦେଇ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପୋଲସରା ରେଞ୍ଜ ବନପାଳ ଅଭିରାମ ଖିଲା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବନ ରକ୍ଷକ ଅବିନାଶ କହଁର, ସମାଜସେବୀ ବିଶ୍ଵାମିତ୍ର ତ୍ରିପାଠୀ ଙ୍କ ସମେତ ଏମବିକେ, ସିଆରପି, ଛାତ୍ରଛାତ୍ରୀ ଏଵଂ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ |
More Stories
ଷ୍ଟେଟ ବ୍ୟାଙ୍କ ଗ୍ରାହାକ ସେବାକେନ୍ଦ୍ର ଢଉଙ୍ଗା ସ୍ଥିତ ଶୂନ୍ୟ ଏକାଉଣ୍ଟ୍ ଖୋଲା କାର୍ଯ୍ୟକ୍ରମ।
ବେଗୁନିଆପଡା ବ୍ଲକ କୃଷି ବିଭାଗରେ ଅଣ ଆଖୁ ଚାଷୀଙ୍କୁ ଡାକି ତରବରିଆ ବୈଠକ କରିବାକୁ ନେଇ ତୀବ୍ର ଉତ୍ତେଜନା l
ବେଗୁନିଆପଡା ବ୍ଲକ କୃଷି ବିଭାଗରେ ଅଣ ଆଖୁ ଚାଷୀଙ୍କୁ ଡାକି ତରବରିଆ ବୈଠକ କରିବାକୁ ନେଇ ତୀବ୍ର ଉତ୍ତେଜନା।