ଛାତ୍ର ସମାଜ ଘୃଣା ନୁହେଁ ଶିକ୍ଷା ଓ ଚାକିରୀ ଚାହୁଁ
କମ୍ପାନୀ କରଣ କୈନ୍ଦ୍ରିକରଣ ଏବଂ ସାମ୍ପ୍ରଦାୟିକ କରଣ ବିରୋଧ କରନ୍ତୁ

ଗୁଣୁପୁର, ,,,,,,
ଆଜି ଦିନ ଗୁଣପୁର ବ୍ଲକ ଅନ୍ତର୍ଗତ ଜଲତାର ପଞ୍ଚାୟତ ର ଲୁଗୁଂରୁତାଲ ଗାଁ ରେ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ ଆସୋସିଏସନ୍ (AISA) ତରଫରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଉକ୍ତ ସମିଳନୀରେ (ଆଇସା) ର ଜିଲ୍ଲା ସଭାପତି ସଂଜୀବ ଶବର ଛାତ୍ରଛାତ୍ରୀ ମାନକଂ ବିଭିନ୍ନ ସମସ୍ୟା ସମ୍ପର୍କରେ ଏବଂ ଶିକ୍ଷା ର ଘରୋଇକରଣ ନେଇ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଉକ୍ତ ସମିଳନୀରେ ଓଡିଶା ଦାୟିତ୍ଵ ରହିଥିବା (ଆଇସା) ର କେଦ୍ରୀୟ ନେତା  ମହମଦ ସୌହାଲ ଓ ଲିଟୁଲାଲ ସବୁଧି – ସି ପି ଆଇ (ଏମଏଲ) ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ କେନ୍ଦ୍ର ଓ ରାଜ୍ୟ ସରକାର କଂ ଜନ ବିରୋଧି ନିତି ବିରୁଦ୍ଧରେ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ।
  ଆମ୍ଭମାନଙ୍କର ଶିକ୍ଷା, ସମାଜ ଓ ଦେଶପାଇଁ ଏକ ଦୃଷ୍ଟିଭଙ୍ଗୀ ରହିଛି ଓ ଆମେ ନିରବିଚ୍ଛିନ୍ନ ଭାବରେ ତାହାର କାର୍ଯ୍ୟକାରିତା ପାଇଁ ଉଦ୍ୟମ କରି ଆସୁଛୁ । ଆମର ଲକ୍ଷ୍ୟ ହେଉଛି ଅନ୍ତର୍ଭୁକ୍ତି ଏବଂ ଗୁଣାତ୍ମକ ଶିକ୍ଷା, ତଥା  ଯଥାର୍ଥ ଏବଂ ସମତାପୂର୍ଣ୍ଣ ସମାଜ ।


  ଗୋଟିଏ ହାତରେ ସରକାର ଓ ତାଙ୍କ ଦଲାଲମାନଙ୍କ ପକ୍ଷରୁ ଯେତେ ସବୁ ଆହ୍ୱାନକୁ ଲଦି ଦିଆଯାଇଛି ସେ ସବୁ କ୍ଷେତ୍ରରେ (ଆଇସା) ଲୋକଙ୍କ ସହିତ ଛିଡା ହୋଇଛି, ଅନ୍ୟ ପକ୍ଷରେ ଏହା ଶିକ୍ଷା ଅଧିକାର ଓ ଯୁବକମାନଙ୍କର  ନିଯୁକ୍ତି ପାଇଁ ସବୁବେଳେ ଲଢି ଆସିଛି ।  (ଆଇସା) ର ଦଶମ ଜାତୀୟ ସମ୍ମିଳନୀ ପରବର୍ତ୍ତୀ ପର୍ଯ୍ୟାୟରେ ଆଇସା କରପରେଟ ସମର୍ଥକ ଓ କେନ୍ଦ୍ର ସରକାରସାମ୍ପ୍ରଦାୟିକତାବାଦୀ   କାର୍ଯ୍ୟସୂଚୀକୁ ଲୋକଲୋଚନକୁ ଆଣିବା ସହିତ ଏହାର ଯୋରଦାର ଢଙ୍ଗରେ ବିରୋଧ କରିବ ଏବଂ ସଂଘ ପରିବାର ହାତରୁ ଭାରତୀୟ ଗଣତନ୍ତ୍ର ତଥା ସମ୍ବିଧାନକୁ ବଂଚାଇବାର ସମସ୍ତ ଉଦ୍ୟମ କରିବ । ଏହି ପରିପ୍ରେକ୍ଷୀରେ  ୯, ୧୦ ତଥା ୧୧ ଅଗଷ୍ଟରେ କୋଲକାତାଠାରେ ହେବାକୁ ଯାଉଥିବା ଆଇସାର ସମ୍ମିଳନୀକୁ ସଫଳ କରିବା ପାଇଁ ଆହ୍ବାନ ଦିଆଯାଇଛି ।

error: Content is protected !!