ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
କନ୍ଧମାଳ ଜିଲ୍ଲା କ.ନୂଆଗାଁ ଗହିଙ୍ଗିଆ ଖେଳ ପଡିଆ ଠାରେ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଥିଲା। ଆଜିର ଏହି ଫାଇନାଲ ମ୍ୟାଚରେ ନୂଆଗାଁ (ଲିଜେଣ୍ଡ) ଓ ନୂଆଗାଁ (ଏ) ମଧ୍ୟରେ ଅନୁଷ୍ଠିତ ହୋଇଯାଇଥିଲା। ଏଥିରେ ନୂଆଗାଁ (ଏ) ନୂଆଗାଁ (ଲିଜେଣ୍ଡ)କୁ ଛଅ ରନ୍ ରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା। ପ୍ରଥମେ ଟସ୍ ଜିତି ନୂଆଗାଁ (ଏ) ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ନିର୍ଦ୍ଧାରିତ ଓଭରରେ ୯୭ ରନ୍ ସଂଗ୍ରହ କରିଥିଲା। ୯୮ ରନ୍ ର ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ଲିଜେଣ୍ଡ ଦଳ ୯୧ ରନ୍ କରିଥିଲା ଫଳରେ ୬ ରନ୍ ରେ ପରାସ୍ତ ଯାଇଥିଲା। ବାବୁନାଥ ପ୍ରଧାନ ମେନ୍ଅପଦା ମ୍ୟାଚ ହୋଇଥିବା ବେଳେ ସଚିନ ନାୟକ ଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ କରାଯାଇଥିଲା।
ଆଜିର ଏହି ଫାଇନାଲ ମ୍ୟାଚରେ ମୂଖ୍ୟ ଅତିଥି ଭାବେ ବାଲିଗୁଡା ସାଂସଦ ପ୍ରତିନିଧି ଟୁନା ଦାସ, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ବିଧାୟକ ଚକ୍ରମଣି କହଁର, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକ,ଉପାଧ୍ୟକ୍ଷ ଧବଳେଶ୍ଵର ପାତ୍ର ,କ.ନୂଆଗାଁ ବ୍ଲକ ବିଜେଡି ସଭାପତି ଭାଗ୍ୟବାନ ବେହେରା, ସହଦେବ ପାତ୍ର ଓ ରଜନୀ କାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଏହି ଫାଇନାଲ ମ୍ୟାଚରେ ଧବଳେ ମଲିକ ଓ ଦ୍ରାବିଡ଼ ମଲିକ ଅମ୍ପାୟାର କରିଥିଲେ। ଉଦଯାପନୀ ଉତ୍ସବରେ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ଯୋଗ ଦେଇ ବିଜେତା ଦଳକୁ ୮୦୦୧ ଟଙ୍କା ସହ କପ୍ ଓ ଉପ ବିଜେତା ଦଳକୁ ୬୦୦୧ ଟଙ୍କା ସହ କପ୍ ପ୍ରଦାନ କରିଥିଲେ ଏବଂ କୃତି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ କୁ ଏନ୍.ସି.ସି କ୍ରିକେଟ କ୍ଲବ୍ ସଭାପତି ବୁବୁ ନାୟକ, ଚନ୍ଦନ ପଣ୍ଡା, ରାକେଶ ଜେନା, ରବିନ୍ଦ୍ର ଡାକୁଆ,ହାପି ନାୟକ, ସିପୁନ ଦିଗାଲ,ମିନୁ ସାହାଣୀ ଙ୍କ ସମେତ କ୍ଲପର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଆଗାମୀ ଦିନରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କରାଯିବ ବୋଲି ଆୟୋଜକ ଙ୍କ ଠାରୁ ପ୍ରକାଶ।
More Stories
ଅଙ୍ଗାରଗାଁ ପ୍ରିମିୟର ଲିଗ ଫାଇନାଲ, କ୍ରେଜି ଇଲେଭେନ ଚମ୍ପିୟାନ l
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଖୋରଧା ଜିଲ୍ଲା ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
୨୪ ତମ ମା ଅଁଳାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ::