ଧର୍ମଗଡ: ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଅସହାୟ ମଣିଷଟିଏ ହେଉ । ସବୁବେଳେ ଜଣେ ସମାଜସେବା କରିବାରେ ସଦାସର୍ବଦା ଆଗେଇ ଆସିଥାନ୍ତି ନିର୍ଭିକ ସାମ୍ବାଦିକ ଟିଏ। ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ଅଣ୍ଟା ଭିଡ଼ି ତାକୁ ସାହାସର ସହିତ ସାମ୍ନା କରିଛି ଜଣେ ସାମ୍ବାଦିକ ଟିଏ। ସେହିଭଳି ଆଜି ଧର୍ମଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ ଜଣେ ଚିକିତ୍ସାଧୀନ ନୂଆପଡ଼ା ଜିଲ୍ଲା ଚଚରାଭଟା ରି ସୁଭାଙ୍ଗିନି ତାହାଣି ନାମକ ୬୫ ବର୍ଷର ମହିଳା ଙ୍କୁ ଏ’ ପଜିଟିଭ୍ ବର୍ଗର ରକ୍ତ ଆବଶ୍ୟକତା ଥିବା ବେଳେ ରକ୍ତଭଣ୍ଡାର ରେ ରକ୍ତର ଅଭାବ ମଧ୍ୟ ଦେଖା ଦେଇଥିଲା କିନ୍ତୁ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍” କଳାହାଣ୍ଡି ପରିବାର ବିଭିନ୍ନ ରୋଗୀଙ୍କ ପାଇଁ ରକ୍ତ ଯୋଗାଡ଼ କରୁଥିବା ବେଳେ ଖବର ପାଇ ଅଞ୍ଚଳରେ କାର୍ଯ୍ୟରତ ଯୁବ ନିର୍ଭୟ ସାମ୍ବାଦିକ ଚନ୍ଦ୍ର ଲହଜଲ୍ ଙ୍କୁ ଫୋନ୍ ମାଧ୍ୟମରେ ରକ୍ତ ଆବଶ୍ୟକତା ଖବର ଜଣାଇବା ରୁ ନିଜର ବ୍ୟସ୍ତ ବହୁଳ କାର୍ଯ୍ୟ କୁ ପଛରେ ପକାଇ ସାଙ୍ଗେ ସାଙ୍ଗେ ଧର୍ମଗଡ଼ ରକ୍ତ ଭଣ୍ଡାର କୁ ପହଞ୍ଚି ନିଜର ବହୁମୂଲ୍ୟ ରକ୍ତ ୨୯ ନମ୍ବର ଥର ପାଇଁ ଦେଇ ରୋଗୀ ର ଜୀବନ ବଞ୍ଚାଇବା ସହିତ ମହାନତା ଦେଖାଇଛନ୍ତି। ଏହି ଭଳି ଭାବରେ ଜଣେ ଜଣେ ବ୍ୟକ୍ତି ରକ୍ତଦାନ କରିଥାନ୍ତେ ତେବେ ସମାଜରେ ରକ୍ତ ଅଭାବ ରୁ କାହାରି ମୃତ୍ୟୁ ହେବ ନାହିଁ ବୋଲି ଯୁବ ସାମ୍ବାଦିକ ଚନ୍ଦ୍ର ଲହଜଲ୍ ଏକ ପ୍ରକାର ବାର୍ତ୍ତା ଦେବା ସହିତ କଳାହାଣ୍ଡି ଜିଲ୍ଲାରେ “ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍” କଳାହାଣ୍ଡି ପରିବାର ସବୁବେଳେ ଠିକ୍ ସମୟରେ ରକ୍ତ ଯୋଗାଇ ଦେବା ପ୍ରୟାସ କୁ ପ୍ରଶଂସା କରିଛନ୍ତି ।
*ସାମ୍ବାଦିକ ଙ୍କ ମହାନତା, ରକ୍ତ ଦାନ କରି ବଞ୍ଚାଇଲେ ରୋଗୀଙ୍କ ଜୀବନ ।


More Stories
ରେଳ ଓଭର ବ୍ରିଜ ନିର୍ମାଣ କାମରେ ନିୟୋଜିତ ହୋଇ ଥିବା ଶ୍ରମିକଙ୍କ ଆତ୍ମହତ୍ୟା।
ଭବାନୀପାଟଣାରେ ସାଇବର ସୁରକ୍ଷା ଅଭିଯାନ ।
ତଳକଣ୍ଟାବାଞ୍ଜି ଠାରେ ଦୁଧକଉଁରିଆ ଗଉଡ ସମାଜ ପଦମପୁର କେନ୍ଦ୍ର କମିଟି ପକ୍ଷରୁ ନୂଆଁଖାଇ ଭେଟଘାଟ