ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
ଜନସେବା କୁ ପାଥେୟ କରି ବିଗତ ଚାରି ବର୍ଷ ଧରି ଫୁଲବାଣୀ ତଥା କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିଜର ନିରବଚ୍ଛିନ୍ନ ସେବା ଜାରି ରଖିଛି ସ୍ବେଛାସେବୀ ସଂଗଠନ ଟିମ୍ ହ୍ୟୁମାନିଟି କନ୍ଧମାଳ। ଆବାହକ ଭି ଲୋକନାଥ ରାଜୁଙ୍କ ନେତୃତ୍ବରେ ଗଠନ ହେଇଥିବା ଏହି ଟିମ୍ ମୁଖ୍ୟତଃ ରକ୍ତଦାନ ତଥା ଶିବିର ଆୟୋଜନ, ସଡ଼କ ଦୁର୍ଘଟଣା, ଦୈବି ଦୁର୍ବିପାକ , ଅସହାୟ ମୃତ ବ୍ୟକ୍ତିଙ୍କ ସବ ସତ୍କାର, ବିଷାକ୍ତ ସାପ ଗୁଡ଼ିକର ଉଦ୍ଧାର ଭଳି ଅନେକ କାର୍ଯ୍ୟକ୍ରମ କରି ଆସୁଛି। ତତ୍ ମଧ୍ୟରେ ସାପ ଉଦ୍ଧାର କରିବା ପାଇଁ ଟିମ୍ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ନେକ ହେଲ୍ପଲାଇନ ଟିମ୍ ଗଠନ କରାଯାଇଛି । ବିଗତ ଚାରି ବର୍ଷ ମଧ୍ୟରେ ଫୁଲବାଣୀ ସହର ତଥା ଆଖପାଖ ଅଂଚଳରୁ ପ୍ରାୟ ୪୦୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରଜାତିର ସାପ ଏବଂ କେତେଗୋଟି ଗୋଧି ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ ଟିମ୍ ସ୍ନେକ ହେଲ୍ପଲାଇନ ବିଭିନ୍ନ ପ୍ରଜାତି ତଥା ପାଣି ଧଣ୍ଡ , ଢମଣା, ନାଗ, ଚିତି, କଉଡିଆ ଚିତି,ରଣା,ଟ୍ରିଙ୍କେଟ, କୁ୍କ୍ରି, ଡାଳୁଆ ବଡ଼ା, ଅଜଗର,ବାଲିବଡା,ଲାଉ ଡଙ୍କିଆ, ପାହାଡିଆ ଚିତି ଏବଂ ମାଟି ବିରାଡି ଭଳି ବିଭିନ୍ନ ପ୍ରଜାତିର ସାପ ସୁରକ୍ଷିତ ଭାବେ ଉଦ୍ଧାର କରି ପୁନର୍ବାର ଜଙ୍ଗଲରେ ଛାଡ଼ିଛି। ଯେ କୌଣସି ବ୍ୟକ୍ତି ଯଦି ସାପ ଉଦ୍ଧାର ପାଇଁ ଫୋନ୍ କରନ୍ତି ଟିମ୍ ସଦସ୍ୟ ଭି ଜଗନ୍ନାଥ ରାଜୁ, ଅନୁପ ପାତ୍ର, ଅବଦୁଲ ସାକିର, ଆଲୋକ ବିଶୋଇ, ପ୍ରଫୁଲ୍ଲ କୁମାର ପୃଷ୍ଟି ପ୍ରମୁଖ ଦିନ ହେଉ କି ରାତି ତୁରନ୍ତ ଉକ୍ତ ସ୍ଥାନକୁ ପହଞ୍ଚି ଯାଆନ୍ତି ଏବଂ ସାପ ଗୁଡିକୁ ସୁରକ୍ଷିତ ଉଦ୍ଧାର କରି ପୁନର୍ବାର ଜଙ୍ଗଲରେ ଛାଡ଼ି ଆସନ୍ତି। ବିଗତ ବର୍ଷ ଠାରୁ କନ୍ଧମାଳ ଜିଲ୍ଲା ଜଙ୍ଗଲ ଅଧିକାରୀ ଟିମ୍ ର ସମସ୍ତ କାର୍ଯ୍ୟକ୍ରମ ଉପରେ ଅନୁଧ୍ୟାନ କରି ଟିମ୍ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଛନ୍ତି। ଏବଂ ଟିମ୍ ର ଏଭଳି ପଦକ୍ଷେପ କୁ ଆହୁରି ପ୍ରୋତ୍ସାହନ ଦେବା ପାଇଁ ଟିମ୍ ର କାର୍ଯ୍ୟକ୍ରମ କୁ ରାଜ୍ୟ ସ୍ତରୀୟ ଉଚ୍ଚ ପଦାଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଚଳିତ ବର୍ଷର ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ ରେ ସମ୍ମାନିତ ହେବାକୁ ମନୋନୀତ ହୋଇଛି ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପଲାଇନ। ଚଳିତ ମାସ 6 ତାରିଖ ଫୁଲବାଣୀ ସଦର ମହକୁମା କନ୍ଧମାଳ ଜିଲ୍ଲା ବନ ବିଭାଗ କାର୍ଯ୍ୟାଳୟରେ ହେଇଥିବା 69 ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବ ରେ ସମ୍ମାନିତ କରାଯାଇଛି। ଆୟୋଜିତ ଉତ୍ସବରେ DFO ପ୍ରଶାନ୍ତ ପଟେଲ, ACFO ମଳୟ ରଞ୍ଜନ କୋଲ, ବାଲିଗୁଡା ACFO, ଫୁଲବାଣୀ CDVO,ଆଇନ ଯିବି ବିଜୟ ପଟ୍ଟନାୟକ,ଏବଂ ଫୁଲବାଣୀ ରେଞ୍ଜର ଶିବାନନ୍ଦ ଲେଙ୍କା ଓ ବହୁ ମାନ୍ୟଗଣ ଉପସ୍ଥିତ ଥିଲେ।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l