ଖେଳ ପଡ଼ିଆକୁ ଦଖଲ କରିଥିବା ସିଧେଶ୍ୱର ବାଳିଆର ସିଂ ଙ୍କ ନାମରେ ଅଭିଯୋଗ କଲେ ଲିଙ୍ଗେରୀମାହା ଯୁଗ ଗୋଷ୍ଟି l

ରିପୋର୍ଟ ଫିଲିପ କୁମାର ଦିଗାଲ

କନ୍ଧମାଳଜିଲ୍ଲା ତୁମୁଡିବନ୍ଧ ବ୍ଲକ ସିର୍ଲା ଗ୍ରାମ ପଞ୍ଚଯାତ ୧୧ ନଂ ୱାଡ଼ ଲିଙ୍ଗେରିମାହା ଗ୍ରାମରେ ଆଜକୁ ଦୀର୍ଘ ୫0/୬0ବର୍ଷ ହେବ ଯୁବକସମୂହ ଏକ ଭଲି ବଲ ଓ କନା ବଲ ଖେଳିବା ପାଇଁ ପଡିଆ ଦାଖଲ କରିଥିଲେ l ଉକ୍ତ ପଡ଼ି ଆରେ ଶ୍ରୀ ସିଦ୍ଧେଶ୍ବର ବଲ୍ୟୟାରସିଂ ନାମକ ବ୍ୟକ୍ତି ଙ୍କ ନାଁରେ ଆସିଥିବା ଇନ୍ଦିରାବାସ ଗୃହଟିକୁ ଜୋର ଜବରଦସ୍ତ ପଡିଆରପାର୍ଶସ୍ଥ ଜାଗାରେ ଭିତ୍ତିଭୁମି ଖୋଳି ଦେଇଛନ୍ତି ଯାହାକି ଏକ ଦୁଃଖ ଏବଂ ପରିତାପର ବିଷୟ ପାଲଟିଛି l ସରକାର ନିଜସ୍ୱ ଜାଗାରେ ଘର ନିର୍ମାଣ ପାଇଁ ଡେଡ ଲାଇନ ଦେଇଥିଲେ ସୁଦ୍ଧା ଯୁବ ପିଢିଙ୍କୁ ନାଲି ଆଖି ଦେଖାଇ ହଡପ କରିବାକୁ ଉଦ୍ୟମ ଚଳାଇଛନ୍ତି l ଗାଁରେ କୌଣସି ଆଲୋଚନା କରିବାକୁ ଡାକିବାରୁ ରୋକ ଠୋକ ମନା କରିବା ସହିତ ଜାଗା ମୋର ମୁଁ ବଲ ଫିଲଡ ହଳ ଲଗେଇ ଚାଷ କରିବା କଥା କହିଛନ୍ତି l ବ୍ୟକ୍ତି ଜଣକ ଅତି ରୁ ଇତି ହେବ ଦ୍ୱାରା ଯୁବକ ସମୂହ ନିକଟସ୍ଥ ତୁମୁଡିବନ୍ଧ ତହସିଲଦାର କାର୍ଯ୍ୟାଳୟ ଓ ଗୋଷ୍ଠୀ ଉନୟୟ ଅଧିକାରୀଙ୍କୁ ଲିଖିତ ଆକାରେ ଦେଇ ଦ୍ୱାରସ୍ତ ହୋଇଛନ୍ତି l ଯଦି ଏହାକୁ ବିହିତ ବିଚାର କରା ନ ଯାଏ ତେବେ ଅଶାନ୍ତି ଉତେଜନା ବଢିବା କଥା ମଧ୍ୟ କୁହାଯାଇଛି l ସମିତି ସଭ୍ୟ ଆୟୁବ ନାୟକ, ୱାର୍ଡ ମେମ୍ବର ଚାନ୍ଦିନୀ ମଲିକ, ସଭାପତି ବାବୁନା ନାୟକ ଅଧିନାୟକ ରାଜେଶ ନାୟକ, ଉପ ଅଧିନାୟକ ଅବିନାଶ ମାଝୀ, ଯୋଗେଶମଲିକ, ଜିସାୟ ମାଝୀ, ସିମନ ନାୟକ, ପିଞ୍ଚୁ ଦିଗାଲ, ବିଲୁ ସାନ ମାଝୀ ରମା କାନ୍ତ ନାୟକ, ଆଖନ ଦିଗାଲ ଆଶୋକ ଦିଗାଲ, ଶିଶିର ପ୍ରଧାନ ଙ୍କ ସମେତ ବହୁ ଯୁବକ ଦଳ ଲିଖିତ ଅଭିଯୋଗ କରିଥିଲେ l

error: Content is protected !!