ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
ଫିରିଙ୍ଗିଆ 30/06 ଫିରିଙ୍ଗିଆ ବ୍ଲକ ବିଜୁ କଲ୍ୟାଣୀ ମଣ୍ଡପ ଠାରେ ଓଡିଶା ମୋଟର ଚାଳକ ସଙ୍ଘ କନ୍ଧମାଳ ଜିଲ୍ଲା ର ଜିଲ୍ଲା ସ୍ଥରୀୟ ବୈଠକ ଅନୁଷ୍ଠିତ ହୋଇଛି l ଫିରିଙ୍ଗିଆ ବ୍ଲକ ସଭାପତି ଦାରୁଣ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ଜିଲ୍ଲା ସଭାପତି ବାସବ କହଁର ଙ୍କ ସହ ଜିଲ୍ଲା ର ବରିଷ୍ଠ ଡ୍ରାଇଭର ତଥା ଜିଲ୍ଲା ମୋଟର ଚାଳକ ସଙ୍ଘ କୋଷାଧକ୍ଷ କିଶୋର ପ୍ରଧାନ, ସଂଗଠନ ସମ୍ପାଦକ ଗୋପାଳ ରାଓ, ଜିଲ୍ଲା କଲ୍ୟାଣ ପାଣ୍ଠି ସଭାପତି ଅନନ୍ତ କୁମାର ମାଝୀ, ଜିଲ୍ଲା ଉପଦେଷ୍ଠା ଶ୍ରୀ ଫିଲିପ କୁମାର ଦିଗାଲ, ଙ୍କ ସହ ଜିଲ୍ଲା ର ବରିଷ୍ଠ ସଙ୍ଘ ସଦସ୍ୟ ଉପସ୍ଥିତ ଥିଲେ l ବୈଠକ ରେ ମୁଖ୍ୟ ଅତିଥି ଭାବରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ, ଫିରିଙ୍ଗିଆ ପୂର୍ବତନ ସରପଞ୍ଚ ବିଶ୍ୱରଞ୍ଜନ କହଁର, ଯୋଗ ଦେଇ ଓଡିଶା ମୋଟର ଚାଳକ ସଙ୍ଘ ର ସମସ୍ୟା ଓ ତାହା କିପରି ସମାଧାନ କରାଯାଇ ପାରିବ ସେନେଇ ଆଲୋଚନା କରିଥିଲେ l ଅନ୍ୟ ପଟେ ଫିରିଙ୍ଗିଆ ବ୍ଲକ ରେ ରହିଥିବା ମୋଟର ଚାଳକ ସଙ୍ଘ ର ବର୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାଳୟ କିମ୍ବା ଡ୍ରାଇଭର ମାନଙ୍କ ଆଶ୍ରୟ ସ୍ଥଳୀ ନ ଥିବା ଏବଂ ବିଭିନ୍ନ ସମସ୍ୟାକୁ ନେଇ ଦାବି ଉପସ୍ଥାପନା କରିଥିବା ବେଳେ ମୁଖ୍ୟ ଅତିଥି ତଥା ଫିରିଙ୍ଗିଆ ବିଡ଼ିଓ ତାହାର ତୁରନ୍ତ କିପରି ସମାଧାନ ହୋଇପାରିବ ଏବଂ ସୁବିଧା ପାଇପାରିବେ ସେନେଇ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ l ତେବେ ମୁଖ୍ୟ ଅତିଥି ଏବଂ ମୋଟର ଚାଳକ ସଙ୍ଘ ର ବରିଷ୍ଠ ଡ୍ରାଇଭର ଭାଇ ମାନେ ଡ୍ରାଇଭର ମାନେ ଗାଡି ଚାଳନା ସମୟରେ କିଭଳି ଭାବରେ ସମସ୍ତ କାଗଜ ପତ୍ର ଠିକ ରଖିବା ସହ ନିଜର ଡ୍ରାଇଭର ଲାଇସେନ୍ସ କୁ ସୁରକ୍ଷିତ ଭାବରେ ନିଜ ପାଖରେ ରଖି ଯାତ୍ରୀଙ୍କ ପାଇଁ ସୁରକ୍ଷିତ ଭାବରେ ପହଞ୍ଚାଇବା ଓ ନିଜ କର୍ମକୁ ବ୍ରତ ଭାବରେ ଗ୍ରହଣ କରି ସର୍ବଦା ସ୍ଵଚ୍ଚ ଭାବରେ ସହଯୋଗ କରିବା ପାଇଁ ସଚେତନତା ବାର୍ତା ପ୍ରଦାନ କରିଥିଲେ l ବୈଠକ ରେ ଜିଲ୍ଲାର 13 ଟି ସଖାରୁ ସମସ୍ତ ସଭାପତି ସମ୍ପାଦକ ଓ ଓଡିଶା ମୋଟର ଚାଳକ ସଙ୍ଘ ର ଡ୍ରାଇଭର ଭାଇ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ l ଫିରିଙ୍ଗିଆ ବ୍ଲକ ରୁ ମୋଟର ଚାଳକ ସଙ୍ଘ ସମ୍ପାଦକ ଶମ୍ଭୁ ଦିଗାଲ, କୋଷଧକ୍ଷ ବିବେକା ନନ୍ଦ ମଲିକ, ସରୋଜ ସାହୁ, ପଞ୍ଚୁଦେବ ସାହୁ, ନରୋତମ ନାଗ, ମହେଶ ନାୟକ, ପ୍ରବୋଧ ପାତ୍ର, ଶ୍ୟାମଘନ ମଲିକ, ଦୀପକ କହଁର, ଫାବିଆନ ଦିଗାଲ ଙ୍କସହ ଫିରିଙ୍ଗିଆ ଶାଖାର ସମସ୍ତ ସଭ୍ୟ ଯୋଗ ଦେଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ବାସବ କହଁର ଙ୍କ ସହ ସମ୍ପାଦକ ଶମ୍ଭୁ ଦିଗାଲ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ l
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।