ମୃତ୍ୟୁ ସହିତ ସଂଗ୍ରାମ କରୁଥିଲେ ମହିଳା , ଏପରି କଷ୍ଟ ତାହା ପୁଣି ଏତେ ଜୋର ରେ ହେଉଥିଲା ଯେ, ତାକୁ ସହ୍ୟ କରିବା ମୁସ୍କିଲ ଥିଲା , ଆଉ ଶେଷରେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ ମହିଳା । ଠିକ୍ ଏତିକି ବେଳେ ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଜିଲ୍ଲା ର ସାଈ ସେବା ସଦନ ନର୍ସିଂହୋମ ପରିଚାଳକ ନିକଟରେ ପହଞ୍ଚି ଥିଲେ ପିଡୀତା , ନିଜର କଷ୍ଟ ଓ ନିଜର ରୋଗ ସମ୍ପର୍କରେ ଆଲୋଚନା କରିଥିଲେ ପିଡୀତା । ଜଣେ ବୃଦ୍ଧା ଙ୍କର କିଭଳି ଚିକିତ୍ସା କରାଯାଇ ପାରିବ ଏପରିକି ଅପରେସନ୍ ସକ୍ସେସ୍ ( ସଫଳ ) ହେବା ଥିଲା “ସାଈ ସେବା ସଦନ ନର୍ସିଂହୋମ” ପାଇଁ ବଡ ଚ୍ୟାଲେଞ୍ଜ । ନର୍ସିଂହୋମ ର ଅଭିଙ୍ଗ୍ୟ ଡାକ୍ତର ମାନଙ୍କୁ ନେଇ ଦୀର୍ଘ 3 ଘଣ୍ଟା ଅପରେସନ କରି ବୃଦ୍ଧା ଙ୍କ ଷ୍ଟୋମାକ୍ ମଧ୍ୟରୁ ବାହାର କରିଥିଲେ 28 କେଜି ର ଟ୍ୟୁମର ( ମାଂସ ପିଣ୍ଡୁଳା ) ।
ଅପରେସନ ସଫଳ ହେବା ପରେ ଡାକ୍ତର ଟିମ୍ ଖୁସ୍ , ଏପରିକି ନର୍ସିଂହୋମ୍ ର ସମସ୍ତ କର୍ମଚାରୀ ଖୁସ୍ , ଆଉ ପିଡୀତା ମଧ୍ୟ ଖୁସ୍ ଏପରି ବୃଦ୍ଧା ଙ୍କର ସ୍ୱାମୀ ମଧ୍ୟ ଖୁସ୍ ।
ବୈ।ଦ୍ଧ ଜିଲ୍ଲାର ଦେଓଗଡ଼ ଗ୍ରାମର ବାସୁ ଦୀପ୍ ଙ୍କର ପତ୍ନୀ ବାସନ୍ତୀ ଦୀପ୍ । ବାସନ୍ତୀ ଦୀପ୍ ଙ୍କର ଷ୍ଟୋମାକ୍ ( ପେଟରେ ) ରେ ଟ୍ୟୁମର ( ମାଂସ ପିଣ୍ଡୁଳା ଦିନକୁ ଦିନ ବୃଦ୍ଧି ପାଉଛି ବୋଲି ଜଣାପଡିବା ପରେ ଜରୁରୀ ଚିକିତ୍ସା ର ଆବଶ୍ୟକତା ଥିଲା , ହେବ ଚିକିତ୍ସା ପାଇଁ ବିଭିନ୍ନ ମେଡିକାଲ ର ଡାକ୍ତର ବାବୁ ଙ୍କ ନିକଟକୁ ଯାଇଥିଲେ । ମାତ୍ର ଅପରେସନ୍ ପାଇଁ ମନାକରି ଦେଇଥିଲେ ଡାକ୍ତର ବାବୁ । ପିଡୀତା ଙ୍କ କହିବା ଅନୁସାରେ ବିଭିନ୍ନ ବଡ-ବଡ ମେଡିକାଲ ଗଲୁ ହେଲେ କେହି ଅପରେସନ କଲେ ନାହିଁ, ଆଉ ଶେଷରେ ଏହି ନର୍ସିଂହୋମ୍ ତଥା “ସାଈ ସେବା ସଦନ ନର୍ସିଂହୋମ୍” ଆସି ଅପରେସନ ହେବା ପରେ ମୁଁ ସୁସ୍ଥ ଅଛି ବୋଲି ପିଡୀତା ଓ ତାଙ୍କର ସ୍ୱାମୀ କହିଛନ୍ତି ।
ଡାକ୍ତର କହିଛନ୍ତି ଏଭଳି ଏକ ଅପରେସନ ପୂର୍ବରୁ କରିଥିଲୁ ପ୍ରଥମେ 72 କେଜି . ତା’ପରେ 42 Kg ର ଏକ ଟ୍ୟୁମର ବାହାର କରି ସଫଳ ହୋଇଥିଲୁ , ତେଣୁ “ସାଈ ସେବା ସଦନ ନର୍ସିଂହୋମ୍” ର ଡାକ୍ତରୀଟିମ୍ ଏହି ଅପରେସନ କରି ସଫଳ ହୋଇଛନ୍ତି । ଯଦିଓ ଏହି ଅପରେସନ ଆମପାଇଁ ଏକ ଚ୍ୟାଲେଞ୍ଜ ଥିଲା ତଥାପି ଅଭିଙ୍ଗ୍ୟ ଡାକ୍ତର ମାନଙ୍କ ଯୋଗୁଁ ଆମେ ସଫଳ ହୋଇଛି । ତତ୍-ସହିତ ରାଜ୍ୟ ସରକାରଙ୍କ ମାଗଣା ସ୍ୱାସ୍ଥ୍ୟ ସେବା ଜୀବନ ବୀମା ଯୋଜନାରେ ପିଡୀତା ଙ୍କର ଏହି ଅପରେସନ ଓ ଚିକିତ୍ସା କରା ଯାଇଛି ବୋଲି “ସାଈ ସେବା ସଦନ ନର୍ସିଂହୋମ୍” ର ପରିଚାଳକ ଜଗନ୍ନାଥ ସାହୁ କହିଛନ୍ତି ।
More Stories
ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି l
ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ ।
“ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିବସ ପାଳତ”