ମୋ ମାଟି ମୋ ଦେଶ ଅଭିଯାନ,ସାମିଲ ହେଲେ ଶତାଧିକ ଲୋକ ।

ରିପୋର୍ଟ :- ଜଗନ୍ନାଥ ମହାନ୍ତ

କେନ୍ଦୁଝର (ଆମ ଓଡିଶା ଖବର )ତେଲକୋଇ – ସହିଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ବ୍ୟାପି “ମୋ ମାଟି,ମୋ ଦେଶ ଅଭିଯାନ “କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ଆହ୍ବାନ ଦେଇଥିବା ବେଳେ ଏହି କ୍ରମରେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ରେ ମଧ୍ୟ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇ ଯାଇଛି । ସମାଜ ସେବୀ ଡାକ୍ତର ଫକୀର ମୋହନ ନାଏକ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟା ଛଇଳ ବାଳା ନାୟକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ତେଲକୋଇ ସଦର ପଞ୍ଚାୟତ ଅଞ୍ଚଳରୁ ମାଟି ସଂଗ୍ରହ କରାଯାଇଛି ।

ପ୍ରାରମ୍ଭ ରେ ଶ୍ରୀ ଜଗନ୍ନାଥ ମନ୍ଦୀର ପରିସର ରୁ ମାଟି ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ମାଟି ସଂଗ୍ରହ ଅଭିଯାନ ବଜାର ଅଞ୍ଚଳ ଦେଇ ତଳସାହି ,ବଜାର ସାହି ଦେଇ ବାବା ନୀଳ କଣ୍ଠେଶ୍ଵର ଶିବ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଆସିଥିଲା । ଏହା ପରେ ଦ୍ଵିତୀୟ ପର୍ଯ୍ୟାୟ ରେ କରମଙ୍ଗି ପଞ୍ଚାୟତ ରେ ଏହି ଅଭିଯାନ ଆରମ୍ଭ ହୋଇ ସଫଳତାର ସହିତ ଶେଷ ହୋଇଥିଲା । ସେଠାରେ ମଧ୍ୟ କୃଷ୍ଣପୁର ସ୍ଥିତ ଆଶ୍ରମ ବିଦ୍ୟାଳୟ ନିକଟରୁ ବିଧିବଦ୍ଧ ଭାବେ ମାଟି ସଂଗ୍ରହ କରାଯାଇ ଅଭିଯାନ ଶୋଭାଯାତ୍ରା କରମଙ୍ଗି ପଞ୍ଚାୟତ କାର୍ଯ୍ୟାଳୟ ଓ ଗାଁ ଭିତର ଦେଇ ଶେଷ ମୁଣ୍ଡରେ ଅଭିଯାନ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ଛଇଳ ବାଳା ନାୟକ, ଯୁବ ମୋର୍ଚ୍ଚା ସଭାପତି ଲକି ବେହେରା, ସମ୍ପାଦକ ସୁବାସ ବେହେରା , ଉପ ସଭାପତି ଚକ୍ରଧର ପ୍ରଧାନ, ସମ୍ପାଦକ ପ୍ରଫୁଲ୍ଲ ସାହୁ,ପୂର୍ବତନ ସଭାପତି ପ୍ରମୋଦ ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ କ୍ରିଷ୍ଣା ପ୍ରସାଦ ସାହୁ, ବରିଷ୍ଠ ସଦସ୍ୟ ଲୋକନାଥ ସାହୁ, ସିରିଗିଡା ମଣ୍ଡଳର ସଭାପତି ପାଣ୍ଡଵ ଚରଣ ମହାନ୍ତ,ପୂର୍ବତନ ସାଧାରଣ ସମ୍ପାଦକ ନିରଞ୍ଜନ ସାହୁ, ଯୁବମୋର୍ଚା ସଭାପତି ଚିଦାନନ୍ଦ ସାହୁ,ରାଇସୁଆଁ ଶକ୍ତିକେନ୍ଦ୍ର ପ୍ରମୁଖ ଶୁକଦେବ ମହାନ୍ତ,ଗଣେଶ୍ୱର ସାହୁ,ବାପୁନ୍ ସାହୁ,ବାମଦେବ ମୁଖି, ଗଣେଶ୍ୱର ପ୍ରଧାନ,ପ୍ରଫୁଲ୍ଲ କିଶାନ,ଦମୟନ୍ତୀ ମହାନ୍ତ ଙ୍କ ସମେତ ଶତାଧିକ ସଦସ୍ୟ ସାମିଲ ହୋଇଥିଲେ ।

error: Content is protected !!