ଖୋର୍ଦ୍ଧା ଭୂଷଣ୍ଡପୁର ଗୋବର୍ଦ୍ଧନ ପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଭୂଷଣ୍ଡପୁର ଗୋବର୍ଦ୍ଧନ ପୁର କଲୋନୀ ର ଜଳନ୍ଧର ପ୍ରଧାନଙ୍କ ଘରେ ନିଆଁ ଲଗାଇ ପୋଡିଦେଲେ ଝାନସିପାଟଣା ଗ୍ରାମବାସୀ।ନିଆଁରେ ଜଳିଗଲା ଜଳନ୍ଧରଙ୍କ ସର୍ବଶ୍ୱ ସମ୍ପତ୍ତି।ଜଳନ୍ଧର ଦିର୍ଘଦିନ ହେବ ତାଙ୍କ ପରିବାର ଧରି ଗୋବର୍ଦ୍ଧନ ପୁର କଲୋନୀରେ ସପରିବାର ବବବାସ କରୁଥିବା ବେଳେ ଝାନସିପାଟଣା ଗ୍ରାମବାସୀ ମାନେ ଉକ୍ତ ଯାଗାକୁ ଶ୍ମଶାନ ଜମି ବୋଲି ଦାବି କରି ଆସୁଛନ୍ତି।ଦିର୍ଘଦିନ ଧରି ସମସ୍ୟା ଲାଗିରହିଥିବା ନେଇ

ଜିଲ୍ଲା ପ୍ରଶାସନ ଅବଗତ ଅଛି।ଶ୍ମଶାନ କିଶମ ଜମିରେ କେତେକ ବ୍ୟକ୍ତି ଦିର୍ଘଦିନ ଧରି ବସବାସ କରୁଥିବା ଜଣାପଡିଛି।ଇକ୍ତ ଜାଗାରୁ ଜଳନ୍ଧର କୁ ଉଠାଇବା ପାଇଁ ଦାବି କରି ଆଜି ଝାନସିପାଟଣା ଗ୍ରାମର ଗ୍ରାମବାସୀ ମାନେ ସଂଘବଦ୍ଧ ହୋଇ ଜଳନ୍ଧର ଘରଠାରେ ପହଞ୍ଚି ତାଙ୍କ ପାଚେରୀ ଭାଗିଂ,କୂଅ ପୋତି ଘରେ ନିଆଁ ଲଗାଇ ଦେଇଥିବା ଜଳନ୍ଧର ସ୍ତ୍ରୀ, ପୁଅ କହିଛନ୍ତି।ଝାନସିପାଟଣା ଗ୍ରାମବାସୀ ମାନେ ସଂଘବଦ୍ଧ ହୋଇ ନିଆଁ ଲଗାଇ ଘର ପୋଡି ଦେଇଥିବା ଖବର ଜଳନ୍ଧର ସ୍ତ୍ରୀ ଗୁନି ପ୍ରଧାନପୋଲିସ କୁ ଖବର ଦେବାରେ ଭୂଷଣ୍ଡପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି।

ପରେ ଟାଗିଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ଘରର ସମସ୍ତ ଆସବାବପତ୍ର ପୋଡି ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି।ଜଳନ୍ଧର ତାଙ୍କ ଝିଅର ବାହାଘର ପାଇଁ ସୁନା,ରୂପା,ଟଙ୍କା ଓ ଅନ୍ୟାନ୍ୟ ଆସବାବପତ୍ର ରଖିଥିବା ବେଳେ ସବୁ ପୋଡି ପାଉଁଶ ହୋଇଯାଇଛି।ନିଆଁ ଲାଗି ଜଳନ୍ଧର ପୁଅ ଶମ୍ଭୁନାଥ ପ୍ରଧାନର ହାତ ପୋଡି ଯାଇଥିବା ଜଣାପଡିଛି ଜଳନ୍ଧର ସ୍ତ୍ରୀ ଓ ଝିଅ ଆହତ ହୋଇଛନ୍ତି।ତିନିଜଣଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ମେଡିକାଲ କୁ ପଠାଇଥିବା ଜଣାପଡିଛି !!
More Stories
Dr. B. Bipin Bihari Mishra was awarded the Odisha Seva Ratna award.
ବେଗୁନିଆ ତହସିଲଦାର ଅଫିସରେ ଭିଜିଲାନ୍ସ ଚଢ଼ାଉ, ଧରାହେଲା ମହିଳା ଡାଟାଏଣ୍ଟ୍ରି ଅପରେଟର।
ମହିଳାଙ୍କୁ କାର୍ କିଣି ଦେବେ ଓଡ଼ିଶା ସରକାର।