ମୋଦୀ ସରକାରଙ୍କ ନ ବର୍ଷ ପୂର୍ତ୍ତି ଅବସରରେ ବିଜେପି ର ଜନସମ୍ପର୍କ ସମାବେଶ

ରିପୋର୍ଟ:-ମୋହନଲାଲ ସୁନାନୀ [ଚନ୍ଦାହାଣ୍ଡି, ନବରଙ୍ଗପୁର ]

ଚନ୍ଦାହାଣ୍ଡି- ତା 11.07.2023 ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ କଲ୍ୟାଣ ମଣ୍ଡପ ଠାରେ ବିଜେପି ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ବାଘ ଙ୍କ ନେତୃତ୍ଵରେ ମୋଦୀ ସରକାରଙ୍କ ନଅ ବର୍ଷ ପୂର୍ତ୍ତି ଅବସରରେ ବିଜେପିର ଜନ ସମ୍ପର୍କ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ବାଘ ସଭାପତିତ୍ବ କରିଥିବା ବେଳେ ବିଜେପି ର ଅନେକ ବରିଷ୍ଠ ନେତା  ଯଥା ରାଜ୍ଯ ଉପସଭାପତି ବଳଭଦ୍ର ମାଝୀ,  ଜିଲ୍ଲା ସଭାପତି ଜଗଦୀଶ ବିଶୋୟୀ,  ପୂର୍ବତନ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ସାହୁ,  ରାୟଗଡ଼ା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ,  ପର୍ଶୁରାମ ମାଝୀ,  ମନିନ୍ଦର ଆର୍ଯ୍ୟ, ନରସିଂହ ଭତ୍ରା , ଧଡରା ମଣ୍ଡଳ ସଭାପତି ମନୁ ଭତ୍ରା , ଗଣପତି ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ l ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ  ନେତାମାନେ ମୋଦୀ ସରକାରଙ୍କ ସବକା ସାଥ ସବକା ବିକାଶ,  ବେଟି ପଢ଼ାଓ ବେଟୀ ବଚାଓ,  ଉଜ୍ୟୋଳା ଯୋଜନା, ସମେତ ଅନ୍ୟାନ୍ୟ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଆଲୋକପାତ କରି ମୋଦୀ ସରକାରଙ୍କ ଶାସନ କାଳରେ ଦେଶର ବିକାଶ କିଭଳି ଆଗକୁ ବଢ଼ିଛି ଓ ସାଧାରଣ ଜନତା କିଭଳି ସୁଶାସନର ସୁଫଳ ଉପଲବ୍ଧ କରିଛନ୍ତି ତାହା ପରିପ୍ରକାଶ କରିଥିବା ବେଳେ ରାଜ୍ୟ ସରକାର ଦୁର୍ନୀତି ଗ୍ରସ୍ତ ହୋଇ ଆଜି ସାଧାରଣ ଜନତାଙ୍କ କିଭଳି ଶୋଷଣ କରୁଛନ୍ତି ସେ ସମ୍ପର୍କରେ ନିଜ କର୍ମୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ l ତେବେ ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ଶ୍ୟାମ ସୁନ୍ଦର ମାଝୀ,  ଅକାଲୁ ଜାଲି,  ପୌରଷ ମାଝୀ, ଶୁକ୍ରୁ ନାୟକ,  ପୀତାମ୍ବର ଚଣ୍ଡି,  ମହେନ୍ଦ୍ର ନାୟକ, ଲୋଚନ କଟା, ଦଶରଥ ଧୁରୁଆ,  ଗଞ୍ଚୁ ପୂଜାରୀ, କୁଞ୍ଜ ଭଇସାଲ , ଗଗନେ ନିଆଲ,  କାର୍ତିକ ନାୟକ,  ସୁବଳ ବାଘ,  ଗମନ ଗଏତା ସମେତ ଅନେକ ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ

error: Content is protected !!