ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା:5/8/23 ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ସଙ୍କୁଲେଇ ପଂଚାୟତ ରାଉତପଡା ଗ୍ରାମରେ ସର୍ପାଘାତରେ ଜଣେ ବାଳକର ମୃତ୍ୟୁ ଘଟିଛି। ମୃତ ବାଳକ ଜଣଙ୍କ ହେଉଛନ୍ତି ଅଂଶୁମାନ ବେହେରା(10)
ମିଳିଥିବା ସୂଚନା ମତେ ଶୁକ୍ରବାର ରାତିରେ ଅଂଶୁମାନ ଘରେ ଖାଇ ପିଇ ଶୋଇଥିବା ସମୟରେ ତାଙ୍କୁ ଏକ ବିଷଧର ସାପ ଦଂଶନ କରିଥିଲା।ସକାଳୁ ଉଠିଲା ସମୟରେ ଅଂଶୁମାନ ପାଟିରୁ ଫେଣ ବାହାରୁଥିବା ପରିବାର ଲୋକେ ଦେଖି ସଙ୍ଗେ ସଙ୍ଗେ ଆଠମଲିକ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ୍ୟୁ ଖବର ଜଣାପଡିବା ପରେ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସଂକୁଲେଇ ସରପଞ୍ଚ ପ୍ରତିନିଧି ସତ୍ୟବାଦୀ ଚାଉଳିଆ,, ପିଇଓ ଜଗଦୀଶ ମଲିକ,ସମିତିସଭ୍ୟ ଙ୍କ ପ୍ରତିନିଧି ତ୍ରିବିକ୍ରମ ମହାକୁଡ଼ ପହଞ୍ଚି ମୃତକଙ୍କ ପରିବାରକୁ ୩ହଜାର ଟଙ୍କା ହରିଶ୍ଚନ୍ଦ୍ର ସହାୟତା ପ୍ରଦାନ କରିଥିଲେ। ଅନ୍ୟପଟେ ଛତ୍ରଙ୍ଗ ରାଜସ୍ୱ ନିରକ୍ଷକ ମନହର ମଲ୍ଲିକ ପହଁଚି ଘଟଣା ର ତଦନ୍ତ ରିପୋର୍ଟ ସଂଗ୍ରହ ସହ ଖୁବ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ ଓ ମୃତକ ଙ୍କ ପରିବାର ଙ୍କୁ ସମବେଦନା ଜଣାଇଥିଲେ ଅନ୍ୟପଟେ ତୁରନ୍ତ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ପକ୍ଷରୁ ଦାବୀ ହେଉଛି।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l