ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା:6/8/23(ନିପ୍ର)ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ମଲିକ ପଡ଼ା ଗ୍ରାମର ରମେଶ ଦୀପ ଙ୍କ ଗତକାଲି କଟକ ବଡ଼ ମେଡିକାଲ ରେ ଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇ ଥିବା ସୂଚନା ମିଳିଛି।ସୂଚନା ମତେ ରମେଶ ଦୀପ ବହୁ ଆଗରୁ କିଡ୍ନୀ ରୋଗରେ ପୀଡିତ ଥିଲେ।ଗତ ଲଘୁଚାପ ଜନିତ ଦୁଇ ଦିନ ବର୍ଷା ରେ ହଠାତ ତାଙ୍କର ଦେହ ଅସୁସ୍ଥ ହୋଇପଡିଥିଲା।ଲଗାଣ ବର୍ଷା ରେ ପୁରା ଗାଁ ଟି ସମ୍ପୂର୍ଣ ଜଳବନ୍ଦୀ ରେ ଥିବା ସତ୍ତ୍ୱେ ତାଙ୍କୁ ଓଡ୍ରାଫ ଟିମ ଦ୍ୱାରା ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନା ନିଆ ଯାଇଥିଲା।ସେଠି ଚିକିତ୍ସାଧିନ ଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।ମୃତକ ଙ୍କ ପରିବାର କୁ ସଂକୁଳେଇ ସରପଞ୍ଚ ପ୍ରତିନିଧି ସତ୍ୟବାଦୀ ଚାଉଳିଆ, ପିଇଓ ଜଗଦୀଶ ମଲିକ,ସମିତିସଭ୍ୟ ଙ୍କ ପ୍ରତିନିଧି ତଥା ବିଶିଷ୍ଟ ବିଜେଡ଼ି ନେତା ତ୍ରିବିକ୍ରମ ମହାକୁଡ଼ ପହଞ୍ଚି ମୃତକ ଙ୍କ ପରିବାର କୁ ତିନି ହଜାର ଟଙ୍କା ହରିଶ୍ଚନ୍ଦ୍ର ସହାୟତା ପ୍ରଦାନ କରିଥିଲେ ଓ ମୃତକ ଙ୍କ ପରିବାର କୁ ସମବେଦନା ଜଣେଇ ଥିଲେ।ଅନ୍ୟ ପଟେ ମୃତକ ଙ୍କ ପରିବାରକୁ ସରକାରୀ ସହାୟତା ଯୋଗେଇ ଦେବା ପାଇଁ ଗ୍ରାମବାସୀ ପକ୍ଷରୁ ଦାବୀ ହେଉଛି


More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |