ରିପୋର୍ଟ :ପ୍ରଦୀପ ସେଠିଆ
ଧର୍ମଗଡ (ଆମ ଓଡ଼ିଶା ଖବର) ୧୫/୦୮- ଧର୍ମଗଡ ଉପଖଣ୍ଡ ମହକୁମା ଧର୍ମଗଡ ଉତ୍ସବ ପଡିଆ ଠାରେ ୭୭ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ପ୍ରାତଃ ସମୟରେ ପ୍ରଭାତ ଫେରି, ରାମ ଧୁନ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀ, ଗୋପବନ୍ଧୁ, ଚାରିଛକ ସ୍ଥିତ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି, ବସଷ୍ଟାଣ୍ଡ ସ୍ଥିତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ସକାଳ ୯ଟା ୧୫ ମିନିଟ ସମୟରେ ଉତ୍ସବ ପଡିଆ ଠାରେ ମୁଖ୍ୟ ଅତିଥି ଧର୍ମଗଡ ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ଜନସାଧାରଣ ଙ୍କୁ ମହାପୁରୁଷ ମାନଙ୍କ ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ, ବଳିଦାନ ଦ୍ବାରା ଭାରତ ସ୍ୱାଧୀନ ପାଇଥିଲା ସେମାନଙ୍କର ସ୍ମୃତିଚରଣ କରିବା ସହ କଳାହାଣ୍ଡି ଜିଲ୍ଲାରେ ବଳିଦାନ ଦେଇଥିବା ସ୍ବାଧିନତା ସଂଗ୍ରାମୀ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ କିଛି ଧର୍ମଗଡ ଉପଖଣ୍ଡ ସ୍ତରରେ ଗତ ଦଶମ ଶ୍ରେଣୀ ପରୀକ୍ଷା ରେ ସର୍ବୋଚ୍ଚ ୯୪% ନମ୍ବର ରଖିଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମୁଖିଗୁଡ଼ା ର ଛାତ୍ର ବିଶିକେଶନ ମାଝିଙ୍କୁ ଲିଙ୍ଗରାଜ ସ୍ମାରକୀ କୃତି ବିଦ୍ୟାର୍ଥୀ ପୁରସ୍କାର ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ସେହିଭଳି ମେଟ୍ରିକ୍ ପରୀକ୍ଷା ରେ ଓଡ଼ିଆରେ ୧୦୦ ରୁ ୯୭ ନମ୍ବର ପାଇଥିବା ଜୁନାଗଡ଼ ର ଛାତ୍ର ଆଦିତ୍ୟ ପଣ୍ଡାଙ୍କୁ ଭାବଗ୍ରାହୀ ମୁଣ୍ଡ ମାତୃଭାଷା ସମ୍ମାନ ପୁରସ୍କାର ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । ସମଗ୍ର କଳାହାଣ୍ଡି ଜିଲ୍ଲାରେ ବାଣିଜ୍ୟରେ ୯୨.୬% ନମ୍ବର ରଖି କଳାହାଣ୍ଡି ଟପ୍ପର ର କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ତନିଶା ବଂଶଲ୍, ମାଟ୍ରିକ ପରୀକ୍ଷାରେ ଧର୍ମଗଡ ବାଳକ ଉଚ୍ଚ ବିଦ୍ୟାଳୟ ର ୮୮% ନମ୍ବର ରଖିଥିବା ଛାତ୍ର ତୁସ୍ମିମ୍ ସାହୁ ଏବଂ ଏରୋନୋଟିକଲ ଇଞ୍ଜିନିୟର ରେ ବି ଟେକ କରି ଝାରଖଣ୍ଡ ସ୍ଥିତ ବିର୍ଲା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ମର୍ସୋ ରାଞ୍ଚି ଠାରେ କୃତିତ୍ଵର ସହ ସ୍ପେସ ଇଞ୍ଜିନିୟର ଓ ରକେଟ ପ୍ରବଳସନ୍ ଏମ ଟେକ ଅଧ୍ୟୟନ କରି ବର୍ତ୍ତମାନ ଭୁବନେଶ୍ୱର ର ଏକ ଘରୋଇ କଲେଜ ରେ ଇଞ୍ଜିନିୟରିଂ ବିଭାଗରେ ଅତିରିକ୍ତ ପ୍ରଫେସର ଭାବେ କାର୍ଯ୍ୟରତ ହେମନ୍ତ ମହାନନ୍ଦ ଙ୍କୁ ମୁଖ୍ୟ ଅତିଥି ଧର୍ମଗଡ ଉପଜିଲ୍ଲାପାଳ ଅର୍ଜୁନ ପଟ୍ଟଯୋଶୀ ସ୍ମୃତି ସମ୍ମାନ ପୁରସ୍କାର ପ୍ରଦାନ କରିବା ସହ ସମ୍ମାନୀତ କରିଥିଲେ । ସ୍ବାଧିନତା ଦିବସ ପାଳନ ର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ୧୬ ଟି ଦଳ ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିଲେ। ଏହାପରେ ମୁଖ୍ୟ ଅତିଥି ସ୍ଥାନୀୟ ଖଦୀ ଭଣ୍ଡାର, ହସ୍ପିଟାଲ, ଜେଲ, ମିଶନାରୀ ଅଫ ଚାରିଟି ଏବଂ ଯଶୋଦା ଅନାଥ ଆଶ୍ରମ କୁ ଯାଇ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଙ୍କ ସହ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଧିରଜ୍ କୁମାର ଚଉପଦାର, ବିଡିଓ ଶରତ କୁମାର ସେଠୀ, ତହସିଲଦାର ହରେକୃଷ୍ଣ ବରିହା, ସହାୟକ ଜିଲ୍ଲାପାଳ ନନ୍ଦ କିଶୋର ତାଣ୍ଡି, ଅଦିତ ଶବର, ବ୍ଲକ ଅଧ୍ୟକ୍ଷ ବବିତା ପଟ୍ଟଯୋଶୀ, ଙ୍କ ସମେତ ବିଭାଗୀୟ ପଦାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ମାଧବ ଲହଜଳ ପରିଚାଳନା କରିଥିବା ବେଳେ ଉପଖଣ୍ଡ ଲୋକ ସୂଚନା ଅଧିକାରୀ ରମେଶ ସିଂ ଧନ୍ୟବାଦ୍ ଅର୍ପଣ କରିଥିଲେ ।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l