ରିପୋର୍ଟ :- ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି ୧୭।୮(ଆମ ଓଡିଶା ଖବର )ବ୍ଲକକଳା ସଂସ୍କୃତି ସଂଘ ଓ ପାନାବେଡ଼ା ଚାରୁଚିତ୍ରକାର ସଂଘ ଚନ୍ଦାହାଣ୍ଡି ମିଳିତ ଅନୁକୂଲ୍ୟରେ ସ୍ବର୍ଗତ କନ୍ଦର୍ପ ଭୋଇ ଚାରୁଚିତ୍ରକାର ମାଲଗାଁ ବିୟୋଗରେ ଆଜି ସନ୍ଧ୍ୟା୬ଘଣ୍ଟିକା ସମୟରେ ସ୍ଥାନୀୟ ନୁତନ ବସଷ୍ଟାଣ୍ଡ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାନ ଗୁଣାବଳି ଏବଂ ଜୀବନ ଆଦର୍ଶଉପରେ ଉପସ୍ଥିତ ସଦସ୍ୟ ମାନେ ସ୍ମୃତି ଚାରଣ କରିଥିଲେ।ପରେ ସ୍ବର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ।ମନୋହର ଜଗତ,ଇସରାମ ମାଝି, ଗଗନେଶ୍ୱରଚୌହାନ, କାଂହୁଚରଣ ଦାସ,ମହେଶ୍ୱର ଦାସ, ବିଘ୍ନେସ୍ୱର ଆଚାରି,ସନ୍ତୋଷ ଖମାରି,ଖୀରସିନ୍ଧୁ ନାୟକ,କୀର୍ତ୍ତି ଖମାରି,ଖୀରସିନ୍ଧୁ ନାୟକ,ଗଙ୍ଗାଧର ସୋରି,ଡୋଲେସ୍ୱର ଭୋଇ,ମଠା ଚୌହାନ,ଜିତେନ୍ଦ୍ର କୁମାର ଦାସ,ମାଧବ,ଜହାରଲାଲ,ବୁଲେସ,ବିରବାହୁ,ପରମେଶ୍ୱର,ଭାନୁ ଚନ୍ଦ୍ର ଗୋପାଲ,ଦୁଷ୍ମନ୍ତ ଜଗତ ପ୍ରମୁଖ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ଟିକୁ ପାନାବେଡ଼ା ବ୍ଲକକଳା ସଂସ୍କୃତି ସଂଘ ଉପସଭାପତି ଭୀମସେନ ଡଙ୍ଗରି ପରିଚାଳନା କରିଥିଲେ।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l