ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା 22/8 ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଦୁର୍ଗମ ଇଲାକା ମହାଳିକପଡା ପଞ୍ଚାୟତ ଭାବପୂର ଗ୍ରାମରେ ଅବକାରୀ ଚଢାଉ କରି ଦେଶୀ ମୁହୁଲି 10ଲିଟର ଜବତ କରିଥିବା ଜଣାପଡିଛି l ସୂଚନା ମତେ ଗ୍ରାମର ମୁଖିଆ ଙ୍କ ଘରେ ଦେଶୀ ମହୁଲି ରନ୍ଧା ହେଉଥିବା ନେଇ କୌଣସି ମତେ ଅବକାରୀ ବିଭାଗ ଖବର ପାଇ ଥିଲା l ଖବର ନେଇ ବୌଦ୍ଧ ଅବକାରୀ ବିଭାଗର ସ୍କୁଆଡ଼ କର୍ମଚାରୀ ଓ ହରଭଙ୍ଗା ଅବକାରୀ ମିଳିତ ଭାବେ ଚଢ଼ାଉ କରିଥିଲେ l ଗ୍ରାମର ଚୈତନ୍ୟ ଦଣ୍ଡସେନା ଙ୍କ ଘରୁ ମଦ ରନ୍ଧା ସାମଗ୍ରୀ ଓ ଦେଶୀ ମଦ 10ଲିଟର ଜବତ କରିଥିଲl l ମଦ ଜବତ ପରେ ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ମହିଳା ମାନେ ଏକତ୍ରିତ ଭାବରେ ଆସି ଅବକାରୀ ଭ୍ୟାନ୍ କୁ କାଠ ପକାଇ ହାତରେ ଠେଙ୍ଗା ଧରି ବିରୋଧ କରିବା ସହ ଆମେ କନ୍ଧ ଲୋକ ବାହାରୁ ମଦ କିଣି ଆମେପିଇନଥାଉ ଅନ୍ୟପଟେ ବର୍ତମାନ ଚାଷ ସମୟ ହୋଇଥିବାରୁ ଚାଷ କାର୍ଯ୍ୟ ସାରି ଆମେ ଦେଶୀ ମଦ ରାନ୍ଧି ପିଇଥାଉ ଆମ ମଦ ଓ ସାମଗ୍ରୀ ଆମକୁ ଫେରାଇ ଦିଆଯାଉ ବୋଲି ଜିଦି କରିଥିଲେ l
ଫଳରେ ଅବକାରୀ ଓ ଆଦିବାସୀ ମହିଳା ଙ୍କ ମଧ୍ୟରେ କଥା କଟକଟି ହୋଇ ଶେଷରେ ରନ୍ଧା ସାମଗ୍ରୀ କୁ ଫେରାଇବାରେ ସମର୍ଥ ହୋଇ ଦଶ ଲିଟର ମଦ କୁ ଅବକାରୀ ନେଇ ପଳାଇ ଆସିଥିଲା l ଘଟଣା କୁ ନେଇ ହରଭଙ୍ଗା ଅବକାରୀ ଇନ୍ସପେକ୍ଟର ମମତା ନାଏକ ଙ୍କୁ ପଚାରିବରୁ ବୌଦ୍ଧ ସ୍କୁୟାର୍ଡ଼ କର୍ମଚାରୀ ଓ ହରଭଙ୍ଗା ଅବକାରୀ ମିଳିତ ଭାବେ ଚଢ଼ାଉକରାଯାଇଥିଲା l ତାଙ୍କ ପାଖରୁ 10ଲିଟର ମଦ ଜବତ ହୋଇଥିଲା ଏବଂ ଘଟଣା ସ୍ଥଳ ରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ଦେଖାଯାଇଥିଲା ତାହା ସମାଧାନ କରି ଫେରିଥିଲୁ ବୋଲି କହିଥିଲେ l


More Stories
ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟ।
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।