ଯାଜପୁର ବରୀ ରୁ ସ୍ନେହାଂଶୁ ଶେଖର ମହାନ୍ତି ଙ୍କ ରିପୋର୍ଟ
ବରୀ ରାଜ୍ୟ ବିଜେପି ପକ୍ଷରୁ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ,କାର୍ଯ୍ୟକାରିଣୀ ସଦସ୍ୟ ଏବଂ ରାଜ୍ୟ ସଂଯୋଜକ ଙ୍କ ନାମ ତାଲିକା ଘୋଷଣା କରାଯାଇଛି । ସେହି ଅନୁସାରେ ବରୀ ନିର୍ବାଚନ ମଣ୍ଡଳୀ ସୁ ସଂଗଠକ ଓ ବିଜେପି ଦଳର ଯୁବ ନେତା ଆଶୋକ ବେହେରା ଙ୍କୁ କାର୍ଯ୍ୟ କାରିଣୀ ସଦସ୍ୟ ରୂପେ ମନୋନୀତ କରାଯାଇଛି। ଶ୍ରୀ ବେହେରା ବରୀ ବ୍ଳକ ଅନ୍ତର୍ଗତ ରମ୍ପା ପଞ୍ଚାୟତ ଆନନ୍ଦପୁର ଗ୍ରାମର ଶୁକଦେବ ବେହେରା ଙ୍କ ପୁତ୍ର ସହିତ ଏକ ସୁ ସଙ୍ଗଠକ ଭାବେ ବରୀ ଅଂଚଳରେ ବେଶ୍ ପରିଚିତ। ଶ୍ରୀ ବେହେରା ଙ୍କ ନିଯୁକ୍ତି ବରୀ ଅନୁସୂଚିତ ଜନଜାତି ବର୍ଗ ଲୋକ ମାନଙ୍କୁ ଉଛାହିତ କରିଛି । ଏଥିପାଇଁ ସେ ରାଜ୍ୟ
ବିଜେପି ସଭାପତି ମନମୋହନ ସାମଲ ,ସାଧାରଣ ସମ୍ପାଦକ ମାନସ ମହାନ୍ତି,
ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି
ବିଭୁ ତରାଇ ଓ ରାଜ୍ୟ ମୁଖପାତ୍ର
ମନୋଜ ମହାପାତ୍ରଙ୍କୁ ଶ୍ରୀ ବେହେରା କୃତଜ୍ଞତା ଜଣାଇଛନ୍ତି।
ଆଶୋକ ବେହେରା ଙ୍କୁ ବିଜେପି କାର୍ଯ୍ୟ କାରିଣୀ ସଦସ୍ୟ ରୂପେ ମନୋନୀତ l


More Stories
ଖୋର୍ଦ୍ଧା ବ୍ଲକ ନନ୍ଦପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର l
ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ” ଅନୁଷ୍ଠିତ l
ଚାଷୀଙ୍କ ଧାନ ଫସଲର କ୍ଷତିପୂରଣ ପାଇଁ ଦାବୀ କଲା ଆପ୍ l